Odisha Link
Bridging the Missing Links in Odisha

ପୁରୀ ସୌନ୍ଦର୍ଯ୍ୟକରଣ ପ୍ରକଳ୍ପ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, କହିଲେ ମୁଁ ….

ପୁରୀ: ଆଜି ପୁରୀ ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦର୍ଶନ ପରେ ରାଜ୍ୟବାସୀଙ୍କୁ ନୂଆବର୍ଷର ଅଭିନନ୍ଦନ ମଧ୍ୟ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ

ମୁଁ ସବୁବେଳେ ଶ୍ରୀମନ୍ଦିରକୁ ଆସିବାକୁ ଭଲପାଏ। ମହାପ୍ରଭୁଙ୍କ ଦର୍ଶନ କରି ବହୁତ ଖୁସି ଓ ସାରା ରାଜ୍ୟବାସୀଙ୍କ ମଙ୍ଗଳ ପାଇଁ ମହାପ୍ରଭୁଙ୍କୁ ପ୍ରାର୍ଥନା କଲି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ଆଗକୁ ପୁରୀକୁ ଆହୁରି ସୁନ୍ଦର କରାଯିବ ବୋଲି ନବୀନ କହିଛନ୍ତି। ଏଥିସହିତ ଶ୍ରୀମନ୍ଦିର ଚତୁଃପାର୍ଶ୍ବ ସୌନ୍ଦର୍ଯ୍ୟକରଣ ପ୍ରକଳ୍ପ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ।

ଦିନ ପ୍ରାୟ ସାଢେ଼ ୧୨ଟା ବେଳେ ମୁଖ୍ୟମନ୍ତ୍ରୀ ମୁନିସପାଲଟି ମାର୍କେଟ ଜମିରେ ପହଁଚିଥିଲେ। ସେଠାରେ ଶ୍ରୀସେତୁ, ଶ୍ରୀଜଗନ୍ନାଥ ବଲ୍ଲଭ ଯାତ୍ରୀ ସେବା କେନ୍ଦ୍ର, ସ୍ୱର୍ଗଦ୍ୱାର ଶ୍ମଶାନ ଘାଟ ସୌନ୍ଦର୍ଯ୍ୟକରଣ, ଜେଲ ରୋଡ଼ରେ ବହୁତଳ ପାର୍କିଂ, ବେଳାଭୂମିରେ ଭେଣ୍ଡିଂ ଜେନାନ, ମାର୍କେଟ ଛକରେ ବହୁମୁଖୀ ମାର୍କେଟ କମ୍ପ୍ଳେକ୍ସ ଭଳି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ଏହାଛଡ଼ା ଆହାର ଓ ମଧ୍ୟାହ୍ନଭୋଜନ ଯୋଜନାରେ ରୋଷେଇ ପାଇଁ ଅତ୍ୟାଧୁନିକ ଚୁଲା ପାଇଁ ମଧ୍ୟ ଶିଳାନ୍ୟାସ କରିଥିଲେ ମୁଖ୍ୟମନ୍ତ୍ରୀ। ସେଠାରେ ୫ଟି ସଚିବ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନ, ପୁରୀ ଜିଲ୍ଲାପାଳ ଉପସ୍ଥିତ ରହିିଥିଲେ। ଏଥିସହିତ ପୁରୀ ବିଧାୟକ, ପିପିଲି ବିଧାୟକ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ମଧ୍ୟ ଉପସ୍ଥିତ ରହିଥିଲେ।

Comments are closed.