କଲେଜ ଛାତ୍ରୀଙ୍କ ଜୀବନ ବଞ୍ଚାଇଲେ ମାଛଧରାଳୀ

ଗଞ୍ଜାମ: ଆଜି ଅପରାହ୍ନରେ ଗଞ୍ଜାମ ସହର ଉପକଣ୍ଠରେ ଥିବା ଋଷିକୂଲ୍ୟା ସଡ଼କ ପୋଲ ଉପରୁ ଜଣେ ଛାତ୍ରୀ ନଦୀକୁ ଡେଇଁ ପଡ଼ିଥିଲେ। ଏହି ଘଟଣା ସମୟରେ ସେଠାରେ ମାଛ ମାରୁଥିବା ଦୁଇଜଣ ବ୍ୟକ୍ତି ତାଙ୍କୁ ସେଠାରୁ ଉଦ୍ଧାର କରିଥିଲେ। ଫଳରେ ଛାତ୍ରୀଙ୍କ ଜୀବନ ବଞ୍ଚି ଯାଇଥିଲା। ଛାତ୍ରୀ ଜଣକ ଛତ୍ରପୁର ମହିଳା ମହାବିଦ୍ୟାଳୟରେ ଯୁକ୍ତ ତିନିରେ ପାଠପଢ଼ୁଥିବା ବେଳେ ଛାତ୍ରପୁର ବ୍ଲକର ଚିକଲଖଣ୍ଡି ଗ୍ରାମର ଦୀନବନ୍ଧୁ ରାଉଳଙ୍କ ଝିଅ ବୋଲି ଜଣାପଡ଼ିଛି।
ଛାତ୍ରୀଙ୍କୁ ପୋଲ ଉପରୁ ନଦୀ ଭିତରକୁ ଡେଇଁ ପଡ଼ିଥିବା ଦେଖି ନଦୀ ମଧ୍ୟରେ ମାଛ ମାରୁଥିବା ସୁକାନ୍ତ ବେହେରା ଓ ପବିତ୍ର ବେହେରା ସଙ୍ଗେସଙ୍ଗେ ତାଙ୍କୁ ସେଠାରୁ ଉଦ୍ଧାର କରିଥିଲେ। ଗଭୀର ଜଳ ମଧ୍ୟରୁ ଛାତ୍ରୀଙ୍କୁ ଉଦ୍ଧାର କରି ଦୁହେଁ କୂଳକୁ ଆଣିଥିଲେ। ଘଟଣା ସମ୍ପର୍କରେ ଖବରପାଇ ଯୁବନେତା ସୁଧୀର କୁମାର ପାଢୀ,ସମାଜସେବୀ ଉମାକାନ୍ତ ବେହେରା,ବିଦ୍ୟାଧର ସାହୁ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚିଥିଲେ। ସମସ୍ତଙ୍କ ସହଯୋଗରେ ତାଙ୍କୁ ଗଞ୍ଜାମ ସ୍ୱାସ୍ତ୍ୟକେନ୍ଦ୍ର କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ପୁଲିସକୁ ଖବର ଦିଆ ଯିବା ପରେ ତାଙ୍କ ପରିବାର ବର୍ଗଙ୍କୁ ଖବର ଦିଆ ଯାଇଥିଲା। ଏନେଇ ଗଞ୍ଜାମ ପୁଲିସ ତଦନ୍ତ କରୁଥିବା ଜଣା ପଡ଼ିଛି।
Comments are closed.