ଜଳେଶ୍ବରରେ ଧରା ପଡିଲା କ୍ରିକେଟ ବେଟିଂ କାରବାର
ଜଳେଶ୍ୱର: ଗତକାଲି ଭାରତ-ଅଷ୍ଟ୍ରେଲିଆ ମ୍ୟାଚ୍ ଚାଲିଥିବା ବେଳେ ବାଲେଶ୍ୱର ଜିଲ୍ଲା ଜଳେଶ୍ୱରରେ ଚାଲିଥିଲା ବେଟିଂ କାରବାର। ବେଟିଂ କାରବାର ଚାଲିଥିବା ନେଇ ଜଳେଶ୍ୱର ପୁଲିସ୍ ଖବର ପାଇ ଜଳେଶ୍ୱର ଗ୍ୟାରେଜ ବଜାରରେ ଚଢ଼ାଉ କରି ବେଟିଂ କାରବାର ଅଭିଯୋଗରେ ଜଣେ ଯୁବକଙ୍କୁ ଗିରଫ କରିଛି। ଏଥିସହ ପୁଲିସ୍ ଯୁବକଙ୍କ ନିକଟରୁ ୧ ଲକ୍ଷ ୩୦ ହଜାର ଟଙ୍କା ଓ ମୋବାଇଲ୍ ଜବତ କରିଛି।
ଗିରଫ ଯୁବକ ହେଲେ ରାସପୁର ଅଞ୍ଚଳର ଶେଖ୍ ଅମିରୁଦ୍ଦିନ। ଏଠାରେ ବେଟିଂ କାରବାର ଏକ ଅଭିନବ ଢଙ୍ଗରେ ଚାଲିଥିଲା। ଅର୍ଥାତ୍ ଫୋନ୍ ପେ’ ଜରିଆରେ ବେଟିଂ କାରବାର ଚାଲିଥିଲା। ଆଉ ଅମିରୁଦ୍ଦିନଙ୍କ ଫୋନ୍ ପେ’ ଆକାଉଣ୍ଟକୁ ଟଙ୍କା ସବୁ ଆସୁଥିଲା। ଏହି ଘଟଣାରେ ସଂପୃକ୍ତ ଥିବା ଅନ୍ୟ ଅଭିଯୁକ୍ତଙ୍କୁ ଧରିବାକୁ ପୁଲିସ୍ ଉଦ୍ୟମ ଚଳାଇଛି।
Comments are closed.