ମସଜିଦରେ ହିନ୍ଦୁ ରୀତିନିତିରେ ହାତ ଧରିଲେ ନବ ଦମ୍ପତ୍ତି

କେରଳ: ମସଜିଦରେ ହିନ୍ଦୁ ରୀତିନୀତିରେ ବିବାହ ବନ୍ଧନରେ ବାନ୍ଧି ହେଲେ ନବ ଦମ୍ପତ୍ତି। ଏ ଖବର ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। କେରଳର ଅଲାପୁଝାରେ ଥିବା ମୁସଲିମ ସମୁଦାୟ ମସଜିଦ ପରିସରରେ ଏକ ହିନ୍ଦୁ ଝିଅର ବିବାହ କରାଇଛନ୍ତି। ରବିବାର ଅଲାପୁଝାରେ ଚେରୁବଲ୍ଲୀ ସ୍ଥିତ ଜୁମା ମସଜିଦରେ ଏହି ବିବାହ ହୋଇଛି। ମସଜିଦ ଭିତରେ ହିନ୍ଦୁ ରୀତିନୀତିରେ ହୋଇଥିବା ଏହି ବିବାହ ହୋଇଛି। ଯାହାକି ବିରଳ କହିଲେ ଅତ୍ୟୁକ୍ତି ହେବନି। ଏଭଳି ବିବାହ କରାଇ ଭାଇଚାରାର ବାର୍ତ୍ତା ଦେଇଛି ଜୁମା ମସଜିଦ।
ବିବାହ ଶେଷ ହେବା ପରେ ମସଜିଦ ପକ୍ଷରୁ ଭୋଜିର ମଧ୍ୟ ଆୟୋଜନ କରାଯାଇଥିଲା। ଏହି ବିବାହ ଭୋଜିରେ ଉଭୟ ହିନ୍ଦୁ ଏବଂ ମୁସଲମାନ ସମୁଦାୟ ସାମିଲ ହୋଇଥିଲେ। ଭୋଜି କିନ୍ତୁ ସମ୍ପୂର୍ଣ୍ଣ ନିରାମିଷ ଥିଲା। କେରଳ ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନ ମୁସଲିମ ସମାଜ ଦ୍ୱାରା ନିଆଯାଇଥିବା ଏଭଳି ପଦକ୍ଷେପକୁ ଭୂୟସି ପ୍ରଶଂସା କରିଛନ୍ତି।
Comments are closed.