ହୋଟେଲରୁ ୮ ପର୍ଯ୍ୟଟକଙ୍କ ମୃତଦେହ ଉଦ୍ଧାର

ନେପାଳ : ନେପାଳ ସ୍ଥିତ ମକବାନପୁର ଜିଲ୍ଲା ଦମନରେ ଥିବା ଏକ ହୋଟେଲ ରୁମ୍ ଭିତରୁ ଆଜି ୮ ଜଣ ପର୍ଯ୍ୟଟକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ନିଶ୍ବାସ ପ୍ରଶ୍ବାସ ନେବାରେ ବାଧା ସୃଷ୍ଟି ହେବାରୁ ସେମାନଙ୍କର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। ମୃତକ ୮ଜଣ ହେଉଛନ୍ତି, ପ୍ରବିଣ କୁମାର ନାୟର(୩୯), ଶରଣ୍ୟା(୩୪), ରଞ୍ଜିତ କୁମାର(୩୯), ଇନ୍ଦୁ ରଞ୍ଜିତ(୩୪), ଶ୍ରୀ ଭଦ୍ର(୯), ଅଭିନବ ଶେରୟା(୯), ଅବି ନିଶାର(୭) ଏବଂ ବୈଷ୍ଣବ ରଞ୍ଜିତ(୨)। ଏନେଇ ମକବାନପୁର ଜିଲା ପୁଲିସ ଅଧିକ୍ଷକ ସୁସିଲ ସିଂହ ରାଠୋର କହିଛନ୍ତି ଯେ, ମୃତ ବ୍ୟକ୍ତିମାନେ ରହିଥିବା କୋଠରୀ ଭିତରେ ଗ୍ୟାସ ହିଟରର ବ୍ୟବହାର କରୁଥିଲେ। ତେଣୁ କୋଠରୀ ଭିତର ଗ୍ୟାସ ହୋଇ ନିଶ୍ବାସ ପ୍ରଶ୍ବାସ ନେବାରେ ବାଧା ସୃଷ୍ଟି ହେବାରୁ ସେମାନଙ୍କର ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି। ପର୍ଯ୍ୟଟକଙ୍କ ମୃତ୍ୟୁରେ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଦୁଃଖପ୍ରକାଶ କରିଛନ୍ତି।
Comments are closed.