୪ଦିନ ପାଇଁ ଜେଲରୁ ବାହାରିଲେ ପୁଞ୍ଜିଲାଲ, କଡ଼ା ସର୍ତ୍ତ ରଖିଛନ୍ତି କୋର୍ଟ
ବଲାଙ୍ଗୀର: ଜେଲରୁ ବହାରିଲେ ବହୁ ଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣର ମୁଖ୍ୟ ଖଳନାୟକ ପୁଞ୍ଜିଲାଲ ମେହର। ମା’ଙ୍କ ଶ୍ରାଦ୍ଧକ୍ରିୟା ପାଇଁ ପୁଞ୍ଜିଲାଲ୍ଙ୍କୁ ହାଇକୋର୍ଟ ୪ ଦିନିଆ ଜାମିନ ପ୍ରଦାନ କରିଥିଲେ। ଫଳରେ ଆଜି ୨୪ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ ଜେଲ ବାହାରେ ରହିବେ ପୁଞ୍ଜିଲାଲା। ୨୮ ତାରିଖ ୧୧ଟା ପର୍ଯ୍ୟନ୍ତ ମଧ୍ୟରେ ଜେଲରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି।
ଅଭିଯୁକ୍ତ ପୁଞ୍ଜିଲାଲକୁ ଜାମିନ୍ ପ୍ରଦାନ କରିବା ସହ ଅନେକ କଡ଼ା ସର୍ତ୍ତ ରଖିଛନ୍ତି କୋର୍ଟ। ଜାମିନ୍ ଅବଧି ଭିତରେ ଗଣମାଧ୍ୟମକୁ ନଭେଟିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। କେବଳ ଏତିକି ନୁହେଁ ଏହି ଚାରି ଦିନ ଭିତରେ ବାହରକୁ ଗଲେ ସ୍ଥାନୀୟ ଅଧିକାରୀଙ୍କୁ ଜଣାଇବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟପଟେ ପୁଞ୍ଜିଲାଲ ଉପରେ କଡ଼ା ନଜର ରଖିବା ପାଇଁ ସ୍ଥାନୀୟ ଅଧିକାରୀଙ୍କୁ ମଧ୍ୟ ନିର୍ଦ୍ଦେଶ ହୋଇଛି। ସୂଚନାଯୋଗ୍ୟ, ଗତ ୧୨ ତାରିଖରେ ପୁଞ୍ଜିଲାଲ୍ ମା’ଙ୍କ ଶେଷକୃତ୍ୟ ପାଇଁ ଦିନିକିଆ ପାରୋଲ୍ରେ ଯାଇଥିଲେ।
Comments are closed.