ମାର୍ଚ୍ଚରୁ ପିଏମ୍ଜିଏସ୍ଓ୍ବାଇ-୩
ଭୁବନେଶ୍ୱର: ରାଜ୍ୟ ସରକାର ସମସ୍ତ ସ୍କୁଲ ଓ ଗ୍ରାମାଞ୍ଚଳରେ ଥିବା ହସ୍ପିଟାଲଗୁଡିକୁ ରାସ୍ତା ସଂଯୋଗ କରିବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏହି ରାସ୍ତାଗୁଡିକୁ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା (ପିଏମ୍ଜିଏସ୍ଓ୍ବାଇ)-୩ରେ ଅନ୍ତର୍ଭୁକ୍ତ କରାଯିବ।
ସୂଚନାଯୋଗ୍ୟ ଯେ, ପିଏମ୍ଜିଏସ୍ଓ୍ବାଇ-୩ ଚଳିତବର୍ଷ ମାର୍ଚ୍ଚ ମାସରୁ ଆରମ୍ଭ ହେବ। ଏହି ଯୋଜନା ଅଧୀନରେ ଗ୍ରାମୀଣ କୃଷି ବଜାର, ଉଚ୍ଚ ମାଧ୍ୟମିକ ସ୍କୁଲ ଏବଂ ହସ୍ପିଟାଲଗୁଡିକ ପାଇଁ ରାସ୍ତା ନିର୍ମାଣ କରାଯି। ରାସ୍ତା ନିର୍ମାଣ ପୂର୍ବରୁ ଏ ନେଇ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଏକ ସମ୍ପୂର୍ଣ୍ଣ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ କରିବାକୁ ଯୋଜନା କରାଯାଇଛି। ଆସନ୍ତା ଫେବୃୟାରୀ ୨୫ ତାରିଖ ସୁଦ୍ଧା ଜିଲ୍ଲା ପରିଷଦ ପକ୍ଷରୁ ପ୍ରସ୍ତାବ ଦାଖଲ ଓ ଅନୁମୋଦନ ଶେଷ କରିବାକୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଜିଲ୍ଲା ପରିଷଦ ଅନୁମୋଦନ ପାଇବା ପରେ ସମସ୍ତ ରାସ୍ତା ନିର୍ମାଣ ତାଲିକା ରାଜ୍ୟ ସରକାରଙ୍କ ନିକଟରେ ଦାଖଲ କରାଯିବ। ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଷ୍ଟାଣ୍ଡିଂ କମିଟି ବୈଠକରେ ଫେବୃୟାରୀ ଶେଷ ସୁଦ୍ଧା ଏଥିପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ମାର୍ଚ୍ଚ ୪ ତାରିଖ ସୁଦ୍ଧା ଡିପିଆର ପଠାଇବାକୁ କେନ୍ଦ୍ର ସରକାର ଚୂଡାନ୍ତ ସମୟ ଧାର୍ଯ୍ୟ କରିଛନ୍ତି। ଚଳିତ ଆର୍ଥିକ ବର୍ଷରେ ପିଏମ୍ଜିଏସ୍ଓ୍ବାଇ-୩ ରାସ୍ତା ପାଇଁ ଅର୍ଥ ବରାଦ କରିବାକୁ ରାଜ୍ୟ ସରକାର ପ୍ରସ୍ତୁତି ଚଳାଇଛନ୍ତି।
Comments are closed.