Odisha Link
Bridging the Missing Links in Odisha

ଅକ୍ସଫୋର୍ଡ ଶବ୍ଦକୋଷରେ ୨୬ ନୂଆ ଭାରତୀୟ ଶବ୍ଦ ସାମିଲ

ନୂଆଦିଲ୍ଲୀ : ଅକ୍ସଫୋର୍ଡ ଆଡଭାନ୍ସଡ ଲନର୍ସ ଡିକ୍ସିନାରୀରେ ୨୬ଟି ନୂଆ ଭାରତୀୟ ଶବ୍ଦକୁ ସାମିଲ କରାଯାଇଛି। ଶୁକ୍ରବାର ଅକ୍ସଫୋର୍ଡ ଶବ୍ଦକୋଷର ୧୦ ସଂସ୍କରଣ ପ୍ରକାଶ ପାଇଥିବାବେଳେ ଏଥିରେ ଭାରତୀୟ ଶବ୍ଦ ଆଧାର, ଡବା, ହରତାଲ, ସାଦି, ଆଣ୍ଟି, ବସଷ୍ଟାଣ୍ଡ, ଡିମଡ୍ ୟୁନିଭର୍ସିଟି, ଏଫଆଇଆର, ନନ୍‌ଭେଜ, ରିଡ୍ରେସାଲ, ଟେମ୍ପୋ, ଟ୍ୟୁବ୍ ଲାଇଟ୍‌, ଭେଜ ଭଳି ୨୬ ନୂଆ ଶବ୍ଦକୁ ସାମିଲ କରାଯାଇଛି। ଏବେ ଅକ୍ସଫୋର୍ଡ ଆଡଭାନ୍ସଡ ଲନର୍ସ ଡିକ୍ସିନାରୀରେ ୩୮୪ ଭାରତୀୟ ଇଂରାଜୀ ଶବ୍ଦ ରହିଛି।

Comments are closed.