ଆମ ଗଣତନ୍ତ୍ରର ଉତ୍ସବ ହେଉଛି ସାଧାରଣତନ୍ତ୍ର ଦିବସ: ରାଷ୍ଟ୍ରପତି
ନୂଆଦିଲ୍ଲୀ: ଆସନ୍ତାକାଲି ସାରା ଦେଶ ପାଳନ କରିବ ୭୧ ତମ ସାଧାରଣତନ୍ତ୍ର ଦିବସ। ଏହି ଦିବସର ଅବ୍ୟବହିତ ପୂର୍ବରୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶନିବାର ସନ୍ଧ୍ୟାରେ ରାଷ୍ଟ୍ରକୁ ସମ୍ବୋଧନ କରିଛନ୍ତି। ସେ କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ଅନେକ ଯୋଜନା ଲୋକଙ୍କ ସାମାଜିକ ଓ ଆର୍ଥିକ ସ୍ଥିତିରେ ଅନେକ ପରିବର୍ତ୍ତନ ଆଣି ପାରିଛି।
ଏଥିସହିତ ଶିକ୍ଷା ଓ ସ୍ବାସ୍ଥ୍ୟ କ୍ଷେତ୍ରରେ ଭାରତ ଯଥେଷ୍ଟ ପ୍ରଗତି ହାସଲ କରିଛି ବୋଲି ରାଷ୍ଟ୍ରପତି ତାଙ୍କ ଅଭିଭାଷଣରେ କହିଛନ୍ତି। ସମ୍ବଳର ଅଭାବ ସତ୍ତ୍ବେ ସ୍ବାଧୀନତା ପରେ ଶିକ୍ଷାର ବିକାଶ ଓ ପ୍ରସାର ପାଇଁ ଅନେକ ପଦକ୍ଷେପ ନିଆଯାଇଛି। ଦେଶରେ ବିଶ୍ବସ୍ତରୀୟ ଶିକ୍ଷା ବ୍ୟବସ୍ଥା ପାଇଁ ପ୍ରୟାସ ଜାରି ରହିଛି। ଇସ୍ରୋ ଆମକୁ ଗର୍ବିତ ଓ ଗୌରବାନ୍ବିତ କରିଛି ବୋଲି ରାଷ୍ଟ୍ରପତି କହିଛନ୍ତି। ଗଗନଯାନ ଅଭିଯାନ ମହାକାଶ ବିଜ୍ଞାନ କ୍ଷେତ୍ରରେ ଭାରତ ପାଇଁ ଆହୁରି ଅଧିକ ସୁନାମ ଆଣି ଦେବ। ଦେଶର ସର୍ବାଙ୍ଗୀନ ବିକାଶ ପାଇଁ ଆମେ ପ୍ରୟାସ ଜାରି ରଖିଛୁ ବୋଲି ରାଷ୍ଟ୍ରପତି କହିଛନ୍ତି।
Full text of the address of the President of India, Shri Ram Nath Kovind, on the eve of the 71st Republic Day.
English: https://t.co/mjaBEDKwrN
Hindi: https://t.co/qboBqEKhuQ#RepublicDay #गणतंत्रदिवस pic.twitter.com/WXpCw8X3VR
— President of India (@rashtrapatibhvn) January 25, 2020
ରାଷ୍ଟ୍ର ନିର୍ମାଣରେ ମହାତ୍ମା ଗାନ୍ଧୀଙ୍କ ଆଦର୍ଶର ଆଜି ମଧ୍ୟ ପ୍ରାସଙ୍ଗିକତା ରହିଛି ବୋଲି ରାଷ୍ଟ୍ରପତି ମତ ବ୍ୟକ୍ତ କରିଛନ୍ତି। ମାନବସମାଜ ପାଇଁ ଗାନ୍ଧିଜୀଙ୍କ ସତ୍ୟ ଓ ଅହିଂସାର ବାଣୀ ବେଶ ଗୁରୁତ୍ବପୂର୍ଣ୍ଣ। ନିଉ ଇଣ୍ଡିଆ ନିର୍ମାଣରେ ଚଳିତ ଶତାବ୍ଦୀ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ରାଷ୍ଟ୍ରପତି ତାଙ୍କ ଅଭିଭାଷଣରେ କହିଛନ୍ତି।
Comments are closed.