ଦବଙ୍ଗ ବିଧାୟକ ଅଟକ, ଜେରା କରୁଛି ପୁଲିସ୍
ବଲାଙ୍ଗୀର: ଜଣେ କନିଷ୍ଠ ଯନ୍ତ୍ରୀଙ୍କୁ ସର୍ବସମ୍ମୁଖରେ ଉଠବସ୍ କରାଇଥିବା ଘଟଣାକୁ ନେଇ ବିଧାୟକ ସରୋଜ ମେହେରଙ୍କୁ ଅଟକ ରଖିଛି ପୁଲିସ୍। ଆଜି ସକାଳେ ବଲାଙ୍ଗିର ପୁଲିସ୍ ତାଙ୍କୁ ନୂଆପଡ଼ାରୁ ଆଣି ଜେରା କରୁଥିବା ଜଣାପଡ଼ିଛି। ତେବେ ପୁଲିସ୍ ତାଙ୍କୁ କେଉଁଠି ଜେରା କରୁଛି, ତାହା ଜଣାପଡ଼ିଛି। ବଲାଙ୍ଗୀର ଏସପି ଅଫିସରେ ପଚରାଉଚାରା ଚାଲିଥିବା ସୂଚନା ରହିଛି। ଜୁନ୍ ୫ତାରିଖରେ ରାସ୍ତା ଉପରେ ସର୍ବସମ୍ମୁଖରେ ଜେଇଙ୍କୁ ଉଠବସ୍ କରାଇଥିଲେ ସରୋଜ। ଉଠବସ୍ ଘଟଣା ପରେ ପୋଲିସ ଦବଙ୍ଗ ବିଧାୟକଙ୍କୁ ଅଟକ ରଖି ପଚରାଉଚରା କରୁଛି।
ସୂଚନାଥାଉକି, ନିମ୍ନମାନର ରାସ୍ତା କାମ ଦର୍ଶାଇ କନିଷ୍ଠ ସହକାରୀ ଯନ୍ତ୍ରୀ ଜୟକାନ୍ତ ଶବରଙ୍କୁ ସର୍ବସମ୍ମଖରେ ଉଠବସ୍ କରାଇଥିଲେ ପାଟଣାଗଡ଼ ବିଧାୟକ ସରୋଜ ମେହେର। ମଂଡନରୁ ବେଲପଡାକୁ ନିର୍ମାଣ ହୋଇଥିବା ରାସ୍ତା କାମ ଅତି ନିମ୍ନମାନର ହୋଇଥିବା ନେଇ ଦେଖିବା ପରେ ତାତି ଉଠିଥିଲେ ବିଧାୟକ। କୋଦାଳରେ ଖୋଳିବା ପରେ ପିଚୁ ଉଠିଯାଉଥିଲା। ଏପରି ରାସ୍ତା ନିର୍ମାଣ କାମ ଦେଖିବା ପରେ, ପାଟଣାଗଡ ବିଧାୟକ ସହକାରୀ ଯନ୍ତ୍ରୀଙ୍କୁ ଉଠବସ୍ କରାଇଥିଲେ। ଏହାକୁ ନେଇ ଜୁନ୍ ୬ରେ ଜେଇଙ୍କ ପତ୍ନୀ ଥାନାରେ ମାମଲା ରୁଜୁ କରିଥିଲେ ।କନିଷ୍ଠ ଯନ୍ତ୍ରୀ ଜଣଙ୍କ ଆଦିବାସୀ ସମ୍ପ୍ରଦାୟର ହୋଇଥିବାରୁ ବିଧାୟକଙ୍କ କାର୍ଯ୍ୟକୁ ବିରୋଧ କରି ରାସ୍ତାକୁ ଓହ୍ଲାଇଥିଲେ ବିଭିନ୍ନ ଆଦିବାସୀ ସଂଗଠନ। ବଲାଙ୍ଗୀର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରାଯାଇଥିଲା। ଏପରିକି ଗିରଫ ନକଲେ ୨୬ ତାରିଖରେ ବିଧାନସଭା ଘେରାଉ କରିବାକୁ ଧମକ ଦେଇଥିଲେ ଆଦିବାସୀ ମହାସଂଘ।
Comments are closed.