ନିର୍ଭୟା: ଦୋଷୀ ମୁକେଶର ପିଟିସନ୍ ଖାରଜ
ନୂଆଦିଲ୍ଲୀ: ନିର୍ଭୟା ମାମଲାରେ ଦୋଷୀ ମୁକେଶର ପିଟିସନ୍ ଖାରଜ ହୋଇ ଯାଇଛି। ମୁକେଶର ପିଟିସନ୍ ଖାରଜ କରିଛନ୍ତି ସୁପ୍ରିମକୋର୍ଟ। ରାଜକ୍ଷମା ମିଳିବାରୁ ଚ୍ୟାଲେଞ୍ଜ କରିଥିଲା ଦୋଷୀ ମୁକେଶ। ଏନେଇ ରାଷ୍ଟ୍ରପତି ସବୁ ଦିଗରୁ ଅନୁଧ୍ୟାନ କରିଥିବା ସ୍ପଷ୍ଟ କରିଛନ୍ତି ସୁପ୍ରିମକୋର୍ଟ। ନିର୍ଯାତନାକୁ ଆଳ କରାଯାଇ ପାରିବ ନାହିଁ ବୋଲି କହିଲେ ସର୍ବୋଚ୍ଚ କୋର୍ଟ।
ସୂଚନାଯୋଗ୍ୟ ଯେ, ୨୦୧୨ ମସିହାର ଏହି ଜଘନ୍ୟ କାଣ୍ଡର ଦୋଷୀ ମୁକେଶର ଆବେଦନ ଖାରଜ କରି ସୁପ୍ରିମ୍କୋର୍ଟ କହିଥିଲେ, ଏହି ଆବେଦନର କୌଣସି ଯଥାର୍ଥତା ନାହିଁ। ସେ ଏଥିରେ ଦର୍ଶାଇଥିବା ନିର୍ଯାତନାକୁ ଆଳ କରିବା ମଧ୍ୟ ଭିତ୍ତିହୀନ। ରାଷ୍ଟ୍ରପତିଙ୍କ ପାଖରେ ସମସ୍ତ ତଥ୍ୟ ଦାଖଲ କରାଯାଇଥିଲା ଏବଂ ସେ ସେସବୁକୁ ବିଚାରକୁ ନେଇସବୁ ଦିଗରୁ ଅନୁଧ୍ୟାନ କରିଛନ୍ତି।
ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗତ ୧୭ ତାରିଖରେ ମୁକେଶର ରାଜକ୍ଷମା ଆବେଦନ ଖାରଜ କରିଥିଲେ। ଆସନ୍ତା ଫେବୃଆରୀ ୧ ତାରିଖରେ ଏମାନଙ୍କର ଫାଶୀ ହେବ ବୋଲି ଡେଥ୍ ୱାରେଣ୍ଟ ଜାରି କରାଯାଇସାରିଛି।
Comments are closed.