ଦିଲ୍ଲୀ ବିଧାନସଭା ନିର୍ବାଚନ: ଏକାଠି ପ୍ରଚାର କରିବେ ଶାହ-ନୀତୀଶ
ନୂଆଦିଲ୍ଲୀ: ଆସନ୍ତା ୮ ତାରିଖରେ ହେବ ଦିଲ୍ଲୀ ବିଧାନସଭା ନିର୍ବାଚନ। ଏଥିପାଇଁ ପ୍ରସ୍ତୁତି ଚଳାଇଛନ୍ତି ତିନି ରାଜନୈତିକ ଦଳ। ଅନ୍ୟପଟେ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆସନ୍ତା ୨ ତାରିଖରେ ବିଜେପିର ପୂର୍ବତନ ଅଧ୍ୟକ୍ଷ ଅମିତ ଶାହ ଓ ଜେଡିୟୁ ମୁଖ୍ୟ ନୀତୀଶ କୁମାର ଦଳୀୟ ପ୍ରାର୍ଥୀଙ୍କ ପାଇଁ ଏକାଠି ପ୍ରଚାର କରିବେ। ଅପରପକ୍ଷେ ନୀତୀଶ କୁମାର ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ ଦିଲ୍ଲୀ ନିର୍ବାଚନରେ ଏକାଠି ପ୍ରଚାର କରିବେ।
ଏମାନେ ସଙ୍ଗମ ବିହାରରେ ଦଳୀୟ ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ନିବେଦନ କରିବେ। ସୂତ୍ର ଅନୁସାରେ, ମଧ୍ୟାହ୍ଣରେ ନୀତୀଶ କୁମାର ଓ ଅମିତ ଶାହ ବୁରାରୀ ଅଞ୍ଚଳରେ ଶୋଭାଯାତ୍ରା କରିବେ। ସେହିପରି ଅପରାହ୍ଣ ୪ଟାରେ ନୀତୀଶ କୁମାର ଓ ନଡ୍ଡା ପ୍ରଚାର କରିବେ। ଦିଲ୍ଲୀର ୭୦ଟି ବିଧାନସଭା ଆସନରୁ ବିଜେପି ସହଯୋଗୀ ଜେଡିୟୁ ପାଇଁ ୨ଟି ଆସନ ଛାଡ଼ିଛି। ବିଜେପି ୬୭ଟି ଆସନରେ ପ୍ରାର୍ଥୀ ଦେଇଥିବା ବେଳେ ଏଲଜେପିକୁ ଗୋଟିଏ ଆସନ ଛାଡ଼ିଛି।
Comments are closed.