Odisha Link
Bridging the Missing Links in Odisha

ଏ ବର୍ଷ ଲାଗୁ ହେବନି +୨ କଟକଣା

ଭୁବନେଶ୍ବର: ଯୁକ୍ତ ଦୁଇ ପ୍ରଥମ ବର୍ଷ ପରୀକ୍ଷାରେ ପାସଫେଲ ନେଇ ନିଜ ନିଷ୍ପତିରୁ ଓହରିଛି ସ୍କୁଲ ଓ ଗଣଶିକ୍ଷା ବିଭାଗ। ଚଳିତବର୍ଷ ପ୍ରଥମ ବର୍ଷ ପରୀକ୍ଷାରେ ଫେଲ ହେବେନି ଛାତ୍ରଛାତ୍ରୀ। ଆସନ୍ତାବର୍ଷ ଶିକ୍ଷାବର୍ଷଠାରୁ ଏହା ଲାଗୁ ହେବ। ଆସନ୍ତା ଶିକ୍ଷାବର୍ଷଠାରୁ ପ୍ରଥମ ବର୍ଷ ପରୀକ୍ଷାରେ ୩୩ ପ୍ରତିଶତ ମାର୍କ ନ ରଖିଲେ ଫେଲ ହେବେ ଛାତ୍ରଛାତ୍ରୀ। ଏହା କହିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ। କିଛି ଦିନ ତଳେ ଏ ନେଇ ବିଭାଗ ପକ୍ଷରୁ ଯୁକ୍ତ ଦୁଇ ପ୍ରଥମ ବର୍ଷ ପରୀକ୍ଷାରେ ପାସଫେଲ ବ୍ୟବସ୍ଥା ଲାଗୁ ହେବ ବୋଲି କୁହାଯାଇଥିଲା। ଏହାକୁ ନେଇ ବିରୋଧ ପ୍ରଦର୍ଶନ ହୋଇଥିଲା। ବିରୋଧ ପରେ ନିଷ୍ପତ୍ତି ବଦଳାଇଛି ସ୍କୁଲ ଓ ଗଣଶିକ୍ଷା ବିଭାଗ।
ବଦଳିଲା ଯୁକ୍ତ ଦୁଇ ପ୍ରଥମ ବର୍ଷ ପରୀକ୍ଷାରେ ପାସ୍ ଫେଲ୍ ନିୟମ। ଯୁକ୍ତ ଦୁଇ ପ୍ରଥମ ବର୍ଷ ପରୀକ୍ଷା କଡାକଡି କରାଯିବା ଲାଗି ନିଷ୍ପତିକୁ ବିରୋଧ ନିୟମରେ ପରିବର୍ତ୍ତନ ଆଣିଲା ଗଣଶିକ୍ଷା ବିଭାଗ। ତେବେ ଚଳିତଶିକ୍ଷା ବର୍ଷରେ ଏହାକୁ ଲାଗୁ ନକରାଯିବା ନେଇ ଆଜି ସୂଚନା ଦେଇଛନ୍ତି ସମୀର ରଂଜନ ଦାଶ। ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି, ପିଲାମାନେ ପ୍ରସ୍ତୁତ ନଥିବାରୁ ଚଳିତ ବର୍ଷ ଏହାକୁ କୋହଳ କରାଯାଇଛି, ହେଲେ ଆସନ୍ତା ଶିକ୍ଷାବର୍ଷରୁ ଏହି ନିୟମକୁ କଡାକଡି ଭାବେ ଲାଗୁ କରାଯିବ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ।
ଉଲ୍ଲେଖ ଥାଉ କି, ଚଳିତ ବର୍ଷଠାରୁ +୨ ଦୁଇ ପ୍ରଥମ ବର୍ଷର ଛାତ୍ରଛାତ୍ରୀ ୩୩ ପ୍ରତିଶତ ମାର୍କ ନରଖିଲେ ଦ୍ୱିତୀୟ ବର୍ଷକୁ ଯାଇପାରିବେ ନାହିଁ ବୋଲି ଗତ ୧୪ ତାରିଖରେ ଘୋଷଣା କରିଥିଲେ ଗଣଶିକ୍ଷା ମନ୍ତ୍ରୀ। ଏଥିପାଇଁ ପିଲାମାନଙ୍କୁ ଦ୍ୱିତୀୟ ଥର ସୁଯୋଗ ଦେବାକୁ କହିଥିଲେ ମନ୍ତ୍ରୀ। ଯାହାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ଦେଖାଦେଇଥିଲା। ଏପରିକି ଉତ୍ୟକ୍ତ ଛାତ୍ରଛାତ୍ରୀ ଟାୟାର ଜାଳି ରାସ୍ତା ଅବରୋଧ କରିବା ସହ ନିଷ୍ପତିରେ ପରିବର୍ତ୍ତନ ଆଣିବାକୁ ଜିଦ୍ ଧରିଥିଲେ।

Comments are closed.