ଆନନ୍ଦପୁରରେ ବ୍ୟାରେଜ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଆନନ୍ଦପୁର: ଆଜି କେନ୍ଦୁଝର ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ। କୃଷି ପାଇଁ ଜଳସେଚନ ସୁବିଧା ନିମନ୍ତେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ବ୍ୟାରେଜର ଉଦଘାଟନ କରିଛନ୍ତି। ବୈତରଣୀ ନଦୀ ଉପରେ ନିର୍ମିତ ଏହି ବ୍ୟାରେଜରେ ବ୍ୟୟ ହୋଇଛି ୪୭୫ କୋଟି ଟଙ୍କା। ଏହି ବ୍ୟାରେଜର ଦୈର୍ଘ୍ୟ ୪୯୦ ମିଟର ହୋଇଥିବା ବେଳେ ଜଳଧାରଣ କ୍ଷମତା ୩୫୦ ଲକ୍ଷ ଘନ ମିଟର।
ଏହି ବ୍ୟାରେଜ ଦ୍ୱାରା କେନ୍ଦୁଝର ଜିଲ୍ଲାର ଆନନ୍ଦପୁର, ହାଟଡିହି ଓ ଘସିପୁରା ବ୍ଲକରେ ଚାଷ ଜମିକୁ ଜଳସେଚନ ସୁବିଧା ମିଳିବ। ସେହିପରି ବାଲେଶ୍ୱର ଜିଲ୍ଲାର ଖଇରା, ଓଉପଦା, ନୀଳଗିରି, ବହାନଗା, ବାଲେଶ୍ୱର ସଦର, ରେମୁଣା ଓ ସୋର ବ୍ଲକର ୬୦ ହଜାର ହେକ୍ଟର ଚାଷ ଜମିକୁ ଜଳସେଚନ ସୁବିଧା ମିଳିବ।
ସେପଟେ ବିଏନ ହାଇସ୍କୁଲ ପ୍ଲାଟିନମ ଜୁବୁଲି ସମାରୋହରେ ସାମିଲ ହେବେ। ଆନନ୍ଦପୁର ଷ୍ଟାଡିୟମରେ ପହଂଚିବା ପରେ ସେଠାରେ ବିଭିନ୍ନ ପ୍ରକାରର ଉଦଘାଟନ ଓ ଶିଳାନ୍ୟାସ କରିବା ସହ ବିଶାଳ ଜନସଭାକୁ ଉଦବୋଧନ କରିବାର କାର୍ଯ୍ୟକ୍ରମ ରହିଛି।
Comments are closed.