ଦିବ୍ୟଙ୍କାଙ୍କ ଓଢ଼ଣା ଟାଣି ଟାଣି ନେଲେ ଅମିତାଭ ବଚ୍ଚନ

ମୁମ୍ବାଇ : ବଲିଉଡର ବିଗବି ଅମିତାଭ ବଚ୍ଚନ ଓ ଟେଲି ଜଗତର ଚାହିଦା କଳାକାର ଦିବ୍ୟଙ୍କା ତ୍ରିପାଠୀ ଏକାଠି ନଜର ଆସୁଛନ୍ତି । ଦୁହିଁଙ୍କ ଏକ ଭିଡ଼ିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଏହି ଭିଡ଼ିଓରେ ଅମିତାଭ , ଇସି ମା ତଥା ଦିବ୍ୟଙ୍କାଙ୍କ ଓଢ଼ଣୀ ଟାଣି ଟାଣି ନେଉଛନ୍ତି ।
ଭିଡ଼ିଓଟିକୁ ଦର୍ଶକ ପସନ୍ଦ କରିବା ସହ ବହୁତ ଭଲ ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି । ଭିଡିଓଟିକୁ ଦିବ୍ୟଙ୍କା ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି ।
https://www.instagram.com/p/B7-mJkdnU5q/
ଦିବ୍ୟଙ୍କା ତ୍ରିପାଠୀ, ଏହି ଭିଡିଓ ସେୟାର କରି ଫ୍ୟାନ୍ସଙ୍କୁ କ୍ୟାପସନର ଡିମାଣ୍ଡ କରିଛନ୍ତି । ଏହି ଭିଡିଓ ସେୟାର କରିବାର ଗୋଟେ ଘଣ୍ଟା ବି ହୋଇନାହିଁ ଏହାକୁ ଏକ ଲକ୍ଷ ୩୭ ହଜାର ରୁ ଅଧିକ ଥର ଦେଖିସାରିଲାଣି । ଭିଡିଓରେ ଅମିତାଭ କହୁଛନ୍ତି “ଯିଏ ଭରଷା କରୁଛି ତା ଉପରେ ଭରଷା କର”। ସୋସିଆଲ ମିଡିଆରେ ଏହି ଭିଡିଓ ଖୁବ୍ ଭାଇରାଲ ହେଉଛି ।
Comments are closed.