Odisha Link
Bridging the Missing Links in Odisha

‘ସଂସ୍କୃତି ଆଳାପ’ରେ ମତବିନିମୟ

ଭୁବନେଶ୍ୱର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ୫‘ଟି’ ର ସଫଳ ରୂପାୟନ ନିମନ୍ତେ ଗୁରୁତ୍ୱାରୋପ କରାଯାଇଛି । ସ୍ୱଚ୍ଛତା, ଶୃଙ୍ଖଳା ଓ ପ୍ରତିବଦ୍ଧତା ସହ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମର ସୁଫଳ ଲୋକଙ୍କ ନିକଟରେ ପହଞ୍ଚାଇବା ନେଇ ବିଭାଗର ପଦାଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହା ସହିତ ଅନେକାନେକ ଅଭିନବ କାର୍ଯ୍ୟକ୍ର ହାତକୁ ନେବା ପାଇଁ ବିଭାଗ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି ।

ଏହି ପରିେ ପ୍ରକ୍ଷୀରେ ଆଜି ସନ୍ଧ୍ୟାରେ ‘ସଂସ୍କୃତି ଆଳାପ’ ଶୀର୍ଷକ ଏକ ଅଭିନବ କାର୍ଯ୍ୟକ୍ରମରେ ଭାଷା, ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରରେ ପ୍ରତିଷ୍ଠିତ ବ୍ୟକ୍ତିମାନଙ୍କର ମତବିନିମୟ ହୋଇଥିଲା । ସଂସ୍କୃତି ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ବ୍ୟକ୍ତିବୃନ୍ଦ ବିଭାଗ ପକ୍ଷରୁ ଚାଲିଥିବା କାର୍ଯ୍ୟକ୍ରମ ଗୁଡ଼ିକର ସୁଫଳ ଓ ସଫଳତା ନେଇ ସନ୍ତୋଷ ବ୍ୟକ୍ତ କରିବା ସହିତ ବିଭାଗର କାର୍ଯ୍ୟକ୍ରମକୁ ବ୍ୟାପକ କରବି ।

ଉଦ୍ଦେଶ୍ୟରେ ବିଭିନ୍ନ ମତାମତ ଓ ପ୍ରସ୍ତାବ ଉପସ୍ଥାପନ କରିଥିଲେ । ରାଜ୍ୟରେ ପ୍ରଚଳିତ ବିଭିନ୍ନ ଶବ୍ଦାବଳିକୁ ନେଇ ଏକ ସାମୁଦାୟିକ ଅଭିଧାନ ସଂକଳନ, ପ୍ରତି ଜିଲ୍ଲାରେ ଭାଷା ପ୍ରଚାରକ ନିୟୋଜନ, ମେଟ୍ରୋ ସିଟିମାନଙ୍କରେ ଶାସ୍ତ୍ରୀୟ ସଂଗୀତ କାର୍ଯ୍ୟକ୍ରମ, ଦେଶର ବିଭିନ୍ନ ରାଜ୍ୟର କାର୍ଯ୍ୟକ୍ରମରେ ଓଡ଼ିଶୀ ସଂଗୀତର ଅନ୍ତର୍ଭୁକ୍ତି, ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ସଂଗୀତ ଓ ସଂସ୍କୃତି ଗବେଷଣା ନିମନ୍ତେ ବୃତ୍ତି ଓ ଫେଲୋସିପ୍‌ ପ୍ରଦାନ, ବିଭିନ୍ନ ଏକାଡେମୀର ପୁରସ୍କାର ସଂଖ୍ୟା ସମେତ ଅର୍ଥରାଶି ବୃଦ୍ଧି, ପ୍ରସିଦ୍ଧ ସଂଗୀତ ଗୁରୁ ସିଂହାରୀ ଶ୍ୟାମସୁନ୍ଦର
କର ଓ ଖ୍ୟାତନାମା ଚିତ୍ରଶିଳ୍ପୀ ରବିନାରାୟଣ ନାୟକଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ସ୍ଥାପନ, ପ୍ରତି ଜିଲ୍ଲାରେ ସ୍ଥାନୀୟ ଚିତ୍ରଶିଳ୍ପୀଙ୍କୁ ସଂପୃକ୍ତ କରି ଆର୍ଟ ଗ୍ୟାଲେରୀ ପ୍ରତିଷ୍ଠା, ରାଜ୍ୟରେ ଅନୁସୃତ ୭୧ଟି ଲୋକକଳା ଉପରେ ଲିଖିତ ବିବରଣୀ ପ୍ରସ୍ତୁତି, କେନ୍ଦ୍ର ଲଳିତ କଳା ଏକାଡେମୀ ଧାରାରେ ଓଡ଼ିଶା ଲଳିତ କଳା ଏକାଡେମୀ ସମ୍ବିଧାନ ପୁନ ପ୍ରଣୟନ ଏବଂ ବିଶିଷ୍ଟ ଉର୍ଦ୍ଦୁ କବି ମୀର୍ଜା ଗାଲିବଙ୍କ ଜୀବନୀ ତଥା ଗଜଲ ସମ୍ବଳିତ ପୁସ୍ତକ ପ୍ରକାଶନ ଉପରେ ପ୍ରସ୍ତାବ ସଂଗୃହୀତ ହୋଇଥିଲା ।
ଓଡ଼ିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ, ଅତିରିକ୍ତ ଶାସନ ସଚିବ ତଥା ନିର୍ଦ୍ଦେଶକ ବିଜୟ କୁମାର ନାୟକ, ଯୁଗ୍ମ ଶାସନ ସଚିବ ସଂଘମିତ୍ରା ଶତପଥୀ ଓ ଲିପ୍‌ସା ଦାସ, କଳା ସଂସ୍କୃତି ସଂଘର ରାଜ୍ୟ ପ୍ରକଳ୍ପ ସଂଯୋଜକ ବାସୁଦେବ ମାଳବିଷୋୟୀ ପ୍ରମୁଖ ଉପସ୍ଥିତ ରହି ପ୍ରସ୍ତାବ ଓ ମତାମତଗୁଡ଼ିକ ଶୁଣିବା ସହିତ ଆନୁଷଙ୍ଗିକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଉଲ୍ଲେଖ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଭାଷାତତ୍ତ୍ୱବିଦ୍‌ ଡ. ଦେବୀ ପ୍ରସନ୍ନ ପଟ୍ଟନାୟକ, ବିଶିଷ୍ଟ ସାହିତି୍ୟକ ଓ ଚିନ୍ତକ ହର ପ୍ରସାଦ ଦାସ, ପ୍ରାକ୍ତନ ପ୍ରଶାସକ ସହଦେବ ସାହୁ, ପ୍ରସିଦ୍ଧ ନୃତ୍ୟଶିଳ୍ପୀ ଡ. ଅରୁଣା ମହାନ୍ତି, ଚିତ୍ରଶିଳ୍ପୀ ରାମହରି ଜେନା, ଲଳିତ କଳା ଏକାଡେମୀ ପୂର୍ବତନ ସଚିବ ଚନ୍ଦ୍ରମଣି ବିଶ୍ୱାଳ, ସଂଗୀତ ନାଟକ ଏକାଡେମୀର ବିଜୟ ଜେନା, ବିଶିଷ୍ଟ ଶାସ୍ତ୍ରୀୟ ସଂଗୀତ ଗୁରୁ ଡ.ଚିତ୍ତରଞ୍ଜନ ପାଣି, ମୀନାକ୍ଷୀ ବେହେରା, ନାଟ୍ୟକାର ଡ. ଶୈଳେଶ୍ୱର ନନ୍ଦ, ଲାଲା ବୀରେନ୍‌ ପ୍ରସାଦ ରାୟ, ନୃତ୍ୟଗୁରୁ ଦୁର୍ଗାଚରଣ ରଣ୍‌ବୀର, ଊର୍ଦ୍ଦୁ କବି ଅବଦୁଲ୍‌ ହକ୍‌ ଓ ଶିକ୍ଷାବିତ୍‌ ଅର୍ସାଦ୍‌ ଜମିଲ୍‌ ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ପ୍ରସ୍ତାବ ପ୍ରଦାନ କରିଥିଲେ ।

Comments are closed.