Odisha Link
Bridging the Missing Links in Odisha

ଡିସ୍କଭରୀ ଚ୍ୟାନେଲ୍‌ରେ ବିରାଟ-ଦୀପିକା

ମୁମ୍ବାଇ : ଡିସ୍କଭରୀ ଚ୍ୟାନେଲ୍‌ରେ ପ୍ରସାରିତ ହେଉଥିବା ଟିଭି ଶୋ ‘ମ୍ୟାନ୍‌ ଭର୍ସେସ୍‌ ଓ୍ବାଇଲ୍ଡ’ ଲୋକ ପ୍ରିୟତା ହାସଲ କରିଛି । ଦର୍ଶକଙ୍କର ଏହି ଶୋ ପ୍ରତି ଉତ୍ସାହ ବଢ଼ିବାରେ ଲାଗିଛି । କିଛି ମାସ ତଳେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏହି ଶୋରେ ଦେଖିବାକୁ ମିଳିଥିଲା । ଏହା ପରେ ଭାରତୀୟ ଦର୍ଶକଙ୍କ ମଧ୍ୟ ଶୋ’କୁ ନେଇ ବିଶେଷ ଆଗ୍ରହ ସୃଷ୍ଟି ହୋଇଛି। ତାଙ୍କ ପରେ ସିନେ ଜଗତରୁ ରଜନୀକାନ୍ତ ଏବଂ ଅକ୍ଷୟ କୁମାରଙ୍କ ନାଁ ଏହି ଲୋକପ୍ରିୟ ଶୋ ସହ ଯୋଡ଼ିହୋଇଗଲା ।

କର୍ନାଟକସ୍ଥିତ ବାନ୍ଦିପୁର ବ୍ୟାଘ୍ର ସଂରକ୍ଷଣରେ ରଜନୀକାନ୍ତ ଓ ଅକ୍ଷୟ ଡିସ୍କଭରୀ ଚ୍ୟାନେଲ୍‌ରେ ପ୍ରସାରିତ ଏହି ବିଶ୍ୱ ଆଦୃତ ଶୋ’ ପାଇଁ ଏକ ସ୍ପେଶାଲ ଏପିଶୋଡ୍‌ ବିୟର ଗ୍ରିଲ୍ସଙ୍କ ସହ ଶୁଟିଂ କରିଛନ୍ତି। ତେବେ ଆଉ ଦୁଇ ଜଣ ସେଲିବ୍ରେଟିଙ୍କୁ ଏଥିରେ ଦେଖିବାକୁ ମିଳିବ ।

ଏହାର ନୂଆ ସିରିଜ୍‌ରେ କ୍ରିକେଟ ଜଗତର ତାରକା ବିରାଟ୍‌ କୋହଲି ଓ ବଲିଉଡ୍‌ ମସ୍ତାନୀ ଗର୍ଲ ଦୀପିକା ପାଦୁକୋନ୍‌ ଙ୍କୁ ଦର୍ଶକ ଦେଖିବାକୁ ପାଇବେ । କିନ୍ତୁ ଏହା ଚ୍ୟାନେଲ୍‌ ପକ୍ଷରୁ ଘୋଷଣା କରାଯିବା ବାକି ଅଛି।

Comments are closed.