ପାନୀୟ ଜଳ ଦାବିରେ ମହିଳାଙ୍କ ରାସ୍ତାରୋକ

ଢେଙ୍କାନାଳ: ପାନୀୟ ଜଳ ପାଇଁ ମହିଳାମାନେ ହାତରେ ଗରା ବାଲଟି ଆଜି ରାସ୍ତାକୁ ଓହ୍ଲାଇଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ଢେଙ୍କାନାଳ ଜିଲାର ୯ ନମ୍ବର ୱାର୍ଡ଼ ଫଟାବନ୍ଧ ନିକଟରେ ଦେଖିବାକୁ ମିଳିଛି। ପାନୀୟ ଜଳ ଦାବିରେ ମହିଳାମାନେ ଏହି ଧାରଣା ଦେଉଥିବା ସହ ରାସ୍ତାରୋକ କରିଛନ୍ତି। ଫଳରେ ଢେଙ୍କାନାଳ-ଭାପୁର ମଧ୍ୟରେ ଗମନାଗମନ ପ୍ରଭାବିତ ହୋଇଥିବା ଜଣାପଡ଼ିଛି। ଉକ୍ତ ମହିଳାଙ୍କୁ ବୁଝାସୁଝା କରିବା ପାଇଁ ଘଟଣାସ୍ଥଳରେ ପିଡ଼ି ଡ଼ିଆରଡ଼ିଏ ଓ ଟାଉନଥାନା ପୁଲିସ ପହଞ୍ଚିଛନ୍ତି ବୋଲି ସୂଚନା ମିଳିଛି।
Comments are closed.