ଗାନ୍ଧିଜୀଙ୍କ ଉପରେ ବିବାଦୀୟ ବୟାନ ଦେଲେ ବିଜେପି ସାଂସଦ, କଂଗ୍ରେସ କହିଲା…
ନୂଆଦିଲ୍ଲୀ: ମହାତ୍ମା ଗାନ୍ଧୀଙ୍କ ଉପରେ ବିବାଦୀୟ ବୟାନ ଦେଇ ବିବାଦୀୟ ହୋଇ ପଡ଼ଇଛନ୍ତି ବିଜେପି ସାଂସଦ ଅନନ୍ତ ହେଗ୍ଡେ। ଅନନ୍ତ ହେଗଡେ ବେଙ୍ଗାଲୁରୁରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଗାନ୍ଧିଜୀଙ୍କୁ କିପରି ଭାରତରେ ମହାତ୍ମା ବୋଲି ଡକାଯାଉଛି ବୋଲି ପ୍ରଶ୍ନ ଉଠାଇଥିଲେ।
ଏଥିସହ ସେ କହିଥିଲେ, ସ୍ବାଧୀନତା ଆନ୍ଦୋଳନ ବ୍ରିଟିଶ ସରକାର ସହମତି ଏବଂ ସମର୍ଥନରେ ହୋଇଥିବା ଏକ ବଡ଼ ନାଟକ ଥିଲା। ସତ୍ୟାଗ୍ରହ ଏବଂ ଆମରଣ ଅନଶନ ବି ଗୋଟିଏ ଗୋଟିଏ ଡ୍ରାମା ଥିଲା। ଏହି ତଥାକଥିତ ନେତା ଥରେ ହେଲେ ବି ପୁଲିସ ଦ୍ବାରା ମାଡ଼ ଖାଇନାହାନ୍ତି। ଗାନ୍ଧିଜୀଙ୍କ ସ୍ବାଧୀନତା ଆନ୍ଦୋଳନ ବାସ୍ତବିକ ନ ଥିଲା। ଅନଶନ ଏବଂ ସତ୍ୟାଗ୍ରହ ଯୋଗୁ ଦେଶକୁ ସ୍ବାଧୀନତା ମିଳିଛି ବୋଲି ଲୋକେ ଭାବୁଛନ୍ତି, କିନ୍ତୁ ଏହା ସତ୍ୟ ନୁହେଁ। ବ୍ରିଟିଶ ସରକାର ସତ୍ୟାଗ୍ରହ ନୁହେଁ, ବରଂ ନିରାଶା ଯୋଗୁ ଦେଶ ଛାଡ଼ି ଚାଲିଯାଇଥିଲେ।
BJP Sources: Party's top leadership is unhappy with Anant Hegde's statement on Gandhiji, he has been asked to issue an unconditional apology pic.twitter.com/PYXj4sEqmG
— ANI (@ANI) February 3, 2020
ଅନ୍ୟପଟେ ଅନନ୍ତଙ୍କ ବୟାନରେ ଭାରତୀୟ ଜନତା ପାର୍ଟି ମଧ୍ୟ ନାରାଜ ହୋଇଛି। ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ ଅନନ୍ତ ହେଗ୍ଡେଙ୍କୁ ବିଜେପି ପାର୍ଟି ପକ୍ଷରୁ ବିନା ସର୍ତ୍ତରେ ଭୁଲ ମାଗିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହିତ ଦଳର ସଂସଦୀୟ ବୈଠକ ଆସିବାକୁ ମଧ୍ୟ ବାରଣ କରାଯାଇଛି।
ହେଗ୍ଡେଙ୍କ ଏପରି ମନ୍ତବ୍ୟକୁ କଂଗ୍ରେସ କଡ଼ା ସମାଲୋଚନା କରିଛି। କଂଗ୍ରେସ ମୁଖପାତ୍ର ଜୟବୀର ଶେରଗିଲ କହିଛନ୍ତି, ବିଜେପି ଭଳି ଦଳ ଯିଏ ବ୍ରିଟିଶ ସରକାର ଚାମ୍ଚାଗିରି କରୁଥିଲା, ତାହାଠାରୁ ଗାନ୍ଧିଜୀଙ୍କ ସାର୍ଟିଫିକେଟ୍ ଦରକାର ନାହିଁ। ଅନନ୍ତ ହେଗ୍ଡେ ସେହି ସଂଗଠନ ସହିତ ଜଡ଼ିତ, ଯିଏ ତ୍ରିରଙ୍ଗାକୁ ବିରୋଧ କରିଥିଲା, ସମ୍ବିଧାନର ବିରୋଧ କରିଥିଲା ଏବଂ ଯିଏ ଭାରତ ଛାଡ଼ ଆନ୍ଦୋଳନକୁ ବିରୋଧ କରିଥିଲା। ବିଜେପିରେ ଯେଉଁଭଳି ଭାବେ ନାଥୁରାମ ଗୋଡ୍ସେଙ୍କ ଭକ୍ତ ସଂଖ୍ୟା ବଢ଼ିବାରେ ଲାଗିଛି, ତାହାକୁ ଦୃଷ୍ଟିରେ ରଖି ବିଜେପି ନିଜ ଦଳର ନାଁ ବଦଳାଇ ନାଥୁ ରାମ ଗୋଡ୍ସେ ରଖିବା ଜରୁରୀ ବୋଲି ସେ କହିଛନ୍ତି।
Comments are closed.