ଟ୍ବିଟ୍ କରି ମୋଦୀଙ୍କ ପ୍ରଶଂସା କଲେ ଶତ୍ରୁଘ୍ନ
ନୂଆଦିଲ୍ଲୀ : ବିଜେପି ଛାଡ଼ି କଂଗ୍ରେସରେ ଯୋଗ ଦେଇଥିବା ବରିଷ୍ଠ ନେତା ତଥା ଅଭିନେତା ଶତ୍ରୁଘ୍ନ ସିହ୍ନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଶଂସା କରିଛନ୍ତି। ଚୀନରେ କରୋନା ଭାଇରସ ଆତଙ୍କ ସୃଷ୍ଟି ହୋଇଥିବା ବେଳେ ଚୀନରୁ ୬୦୦ ଭାରତୀୟଙ୍କୁ ଦେଶକୁ ଫେରାଇ ଆଣିଥିବାରୁ ଭାରତ ସରକାରଙ୍କୁ ସିହ୍ନା ପ୍ରଶଂସା କରିଛନ୍ତି। ସିହ୍ନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦ୍ଦେଶ୍ୟରେ ଟ୍ବିଟ୍ କରିଛନ୍ତି, ‘ଏକ ସମୟୋଚିତ ପଦକ୍ଷେପ ନେଇଥିବାରୁ ମୁଁ ଆପଣଙ୍କୁ ଅଭିବାଦନ ଜଣାଉଛି’ ଏଥସହ ସେ ଗୃହମନ୍ତ୍ରୀ ଅମିତ ଶାହ ଏବଂ ଏୟାର ଇଣ୍ଡିଆ କର୍ମଚାରୀମାନଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି। ସୂଚନାଯୋଗ୍ୟ, ଶତ୍ରୁଘ୍ନ ମୋଦୀଙ୍କର ବଡ଼ ସମାଲୋଚକ ଅଟନ୍ତି ମାତ୍ର, ଶତ୍ରୁଘ୍ନଙ୍କ ଏଭଳି ଟ୍ବିଟ୍ ଏବେ ସବୁ ମହଲରେ ଚର୍ଚ୍ଚା ସୃଷ୍ଟି କରିଛି।
Comments are closed.