ଆଉ କାହାର ସ୍ବପ୍ନ ବୁଲେଟ ଟ୍ରେନ, ଆମର ନୁହେଁ : ଉଦ୍ଧବ ଠାକରେ

ମୁମ୍ବାଇ: ମୋଦିଙ୍କ ସ୍ବପ୍ନକୁ ଝଟକା ଦେଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ। ଅହମଦାବାଦ-ମୁମ୍ବାଇ ମଧ୍ୟରେ ବୁଲେଟ ଟ୍ରେନ ଚଲାଇବା ପାଇଁ ନରେନ୍ଦ୍ର ମୋଦି ଯେଉଁ ସ୍ବପ୍ନ ଦେଖିଥିଲେ ତାକୁ ବଡ଼ ଝଟକା ଦେଇଛନ୍ତି ଉଦ୍ଧବ ଠାକରେ। ‘ସାମ୍ନା’ ଖବରକାଗଜକୁ ଦେଇଥିବା ସାକ୍ଷାତକାରରେ ଉଦ୍ଧବ ଠାକରେ କହିଛନ୍ତି ଯେ, ବୁଲେଟ ଟ୍ରେନ ଆମର ସ୍ବପ୍ନ ନୁହେଁ ବରଂ ଆଉ କାହାର। ବୁଲେଟ ଟ୍ରେନ ନିର୍ମାଣ କାର୍ଟ୍ୟରେ ରେ ରାଜ୍ୟ ସରକାରଙ୍କ ୨୫ ପ୍ରତିଶତ ଓ କେନ୍ଦ୍ର ସରକାରଙ୍କ ୭୫ ପ୍ରତିଶତ ଭାଗ ରହିଛି। ଏଥିସହିିତ ସେ କହିଛନ୍ତି ଯେ, ବିକାଶର ରୋଡ ମ୍ୟାପ୍ ପ୍ରସ୍ତୁତ ରହିଛି । ଏବେ କୌଣସି ଶିଳ୍ପ ବାହାରକୁ ଯିବ ନାହିଁ ରାଜ୍ୟରେ ବଢ଼ିବ ରୋଜଗାର ବୋଲି କହିଛନ୍ତି ଉଦ୍ଧବ ଠାକରେ।
ଉଦ୍ଧବ ସାକ୍ଷାତକାରରେ କହିଛନ୍ତି ଯେ, ସରକାରର କାମ ହେଲା ବିକାଶ କରିବା। ତାହା ବି ଠିକ୍ କଥା। କିଛି ଦିନ ତଳେ ଭିଡିଓ କନଫ୍ରେନସ ଦ୍ବାରା ନାଗପୁର ମେଟ୍ରୋର ଦ୍ବିତୀୟ ସୋପାନର ଉଦଘାଟନ କରିଥିଲି ବୋଲି କହିଛନ୍ତି ଉଦ୍ଧବ ଠାକରେ। ଏଥିସହିତ ସେ କହିଛନ୍ତି ଯେ, କିଛି ଯୋଜନାକୁ ମଧ୍ୟ ସ୍ଥଗିତ କରାଯାଇଛି। କାରଣ ମୋତେ ସବୁବେଳେ ଲାଗେକି ଭିନ୍ନ ଭିନ୍ନ ଯୋଜନା ପାଇଁ ଅର୍ଥ କଥା ଉଠେ , ହେଲେ ରାଜ୍ୟର ଆର୍ଥିକ ପରିସ୍ଥିତି ଦେଖି ରାଜ୍ୟର ବିକାଶକୁ ପ୍ରାଥମିକତା ଦେବାର ଆବଶ୍ୟକତା ରହିଛି।
ବୁଲେଟ ଟ୍ରେନକୁ ନେଇ ଉଦ୍ଧବ ଠାକରେ କହିଛନ୍ତି ଯେ, ବୁଲେଟ ଟ୍ରେନକୁ ନେଇ ଆଲୋଚନା କରାଯିବ। ବୁଲେଟ ଟ୍ରେନରୁ ଲାଭ କିପରି ହେବ ତାହା ଆଗ ତର୍ଜମା ହେବ। ଯଦି ଆଲୋଚନାରରେ ବୁଲେଟ ଟ୍ରେନରୁ କିଛି ଲାଭ ମିଳିବା ନେଇ ତଥ୍ୟ ଆସେ ତେବେ ସାଧାରଣ ଜନତାଙ୍କ ମତାମତ ନେବୁ ବୋଲି କହିଛନ୍ତି ଉଦ୍ଧବ।
Comments are closed.