ଅଣ୍ଡର୍-୧୯ ବିଶ୍ୱକପ୍: ପ୍ରଥମ ସେମିରେ ପ୍ରଥମେ ବୋଲିଂ କରିବ ଭାରତ

ପୋଚେଫଷ୍ଟ୍ରୁମ୍: ଆଜି ଆଇସିସି ଅଣ୍ଡର୍-୧୯ ବିଶ୍ୱକପର ସେମିଫାଇନାଲ୍ ପର୍ଯ୍ୟାୟ ଆରମ୍ଭ ହେବ। ପ୍ରଥମ ସେମିଫାଇନାଲ ମୁକାବିଲାରେ ମୁହାଁମୁହିଁ ହେବେ ଦୁଇ ଚିରପ୍ରତିଦ୍ବନ୍ଦୀ ଭାରତ ଓ ପାକିସ୍ତାନ। ପ୍ରଥମ ସେମିଫାଇନାଲେ ପାକିସ୍ତାନ ଦଳ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଛି। ଫଳରେ ଟିମ୍ ଇଣ୍ଡିଆ ପ୍ରଥମ ବୋଲିଂ କରିବ। ଅଣ୍ଡର-୧୯ ମୁକାବିଲାରେ ପୂର୍ବରୁ ଭାରତ-ପାକିସ୍ତାନ ୩ଥର ମୁହାଁମୁହିଁ ହୋଇଛନ୍ତି। ସେଥିରେ ଟିମ୍ ଇଣ୍ଡିଆ ୩ଟି ଯାକ ମ୍ୟାଚରେ ବିଜୟୀ ହୋଇଛି।
ଚାରିଥରର ବିଜେତା ଭାରତକୁ ଏହି ମ୍ୟାଚ୍ ପାଇଁ ଫେଭରିଟ୍ କୁହାଯାଉଥିଲେ ହେଁ, ଟିମ୍ ପାକିସ୍ତାନକୁ ଆଦୌ ହାଲୁକା ଭାବେ ନେବ ନାହିଁ। ଉଭୟ ଦଳ ଟୁର୍ଣ୍ଣାମେଣ୍ଟରେ ଅପରାଜେୟ ରହି ସେମିଫାଇନାଲରେ ପହଞ୍ଚିଛନ୍ତି। କ୍ୱାର୍ଟରଫାଇନାଲରେ ଭାରତ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ହରାଇଥିବା ବେଳେ ପାକିସ୍ତାନ ପଡ଼ୋଶୀ ଦେଶ ଆଫଗାନିସ୍ତାନକୁ ପରାସ୍ତ କରିଥିଲା।
Comments are closed.