ଉଚ୍ଚମାଧ୍ୟମିକ ବିଦ୍ୟାଳୟ ନିମନ୍ତେ ଏକ ନୂତନ କୋଠା ନିର୍ମାଣ ପାଇଁ ଟଙ୍କା ଅନୁମୋଦନ
ଭୁବନେଶ୍ୱର :ଗଞ୍ଜାମ ଜିଲ୍ଲାର ଭୀଷ୍ମଗିରିସ୍ଥିତ ସରକାରୀ ଧନ୍ଦାମୂଳକ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ନିମନ୍ତେ ଏକ ନୂତନ କୋଠା ନିର୍ମାଣ ପାଇଁ ଧନ୍ଦାମୂଳକ ଶିକ୍ଷା ନିର୍ଦ୍ଦେଶକ ୭୦ ଲକ୍ଷ ୭୧ ହଜାର ଟଙ୍କାର ବ୍ୟୟ ଅଟକଳକୁ ପ୍ରଶାସନିକ ଅନୁମୋଦନ ପ୍ରଦାନ କରିଛନ୍ତି ।
ଏଥି ପୂର୍ବରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏହି କୋଠା ନିର୍ମାଣ ନିମନ୍ତେ ୨୦୧୯- ୨୦ ଆର୍ଥିକ ବର୍ଷରେ ଏକ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଥିଲା । ଏଥି ନିମନ୍ତେ ଗ୍ରାମ୍ୟ ନିର୍ମାଣ ବିଭାଜନ-୨, ଗଞ୍ଜାମର ନିର୍ବାହୀ ଯନ୍ତ୍ରୀ ପ୍ଲାନ୍ ଓ ଏଷ୍ଟିମେଟ୍ ପ୍ରସ୍ତୁତ କରିଥିଲେ ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ବାଚସ୍ପତି ତଥା ଦିଗ ପହଣ୍ଡି ବିଧାୟକ ଡ. ସୂର୍ଯ୍ୟନାରାୟଣ ପାତ୍ରଙ୍କ ପ୍ରଚେଷ୍ଟାରେ ଏହି ବ୍ୟୟ ଅଟକଳ ବରାଦ ଓ ଅନୁମୋଦନ ହୋଇଛି ।
Comments are closed.