ଅଣ୍ଡର୍-୧୯ ବିଶ୍ୱକପ୍: ଭାରତକୁ ୧୭୩ ରନର ଟାର୍ଗେଟ
ପୋଚେଫଷ୍ଟ୍ରୁମ୍: ଆଇସିସି ଅଣ୍ଡର-୧୯ ବିଶ୍ବକପର ପ୍ରଥମ ସେମିଫାଇନାଲର ପ୍ରଥମ ଇନିଂସରେ ସମସ୍ତ ଓ୍ବିକେଟ ହରାଇ ୧୭୨ ରନ କରିବାକୁ ସକ୍ଷମ ହୋଇଛି ପାକିସ୍ତାନ ଦଳ। ଟିମ୍ ଇଣ୍ଡିଆର ଶାଣିତ ବୋଲିଂ ଆଗରେ ହାର ମାନିଛି ପାକିସ୍ତାନ। ଟିମ୍ ଇଣ୍ଡିଆ ଫାଇନାଲକୁ ଯିବାକୁ ହେଲେ ନିର୍ଦ୍ଧାରିତ ୫୦ ଓଭରରେ ୧୭୩ ରନ୍ କରିବାକୁ ପଡ଼ିବ।
ପାକିସ୍ତାନ ଦଳ ପ୍ରଥମେ ଟସ୍ ଜିତି ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲା। ହେଲେ ଟିମ୍ ଇଣ୍ଡିଆର ଶାଣିତ ବୋଲିଂ ଆଗରେ ହାର ମାନିଲା ପାକିସ୍ତାନ। ନିୟମିତ ବ୍ୟବଧାନରେ ଓ୍ବିକେଟ ହରାଇବା ଫଳରେ ୪୩.୧ ଓଭରରେ ସମସ୍ତ ଓ୍ବିକେଟ ହରାଇ ମୋଟ ୧୭୨ ରନ କରିବାକୁ ସକ୍ଷମ ହୋଇଥିଲା ପାକିସ୍ତାନ। ପାକିସ୍ତାନ ଅଧିନାୟକ ରୋହେଲ ନଜିରଙ୍କ ଦମଦାର (୬୨) ଓ ହାଇଦର ଅଲ୍ଲୀଙ୍କ (୫୬)ରନ ବଳରେ ପାକିସ୍ତାନ ଟିମ୍ ଏକ ସମ୍ମାନଜନକ ରନ୍ କରିବାକୁ ସକ୍ଷମ ହୋଇଛି। ଟିମ୍ ଇଣ୍ଡିଆ ପକ୍ଷରୁ ଦ୍ରୁତ ବୋଲର ଶୁସାନ୍ତ ମିଶ୍ର ୩ଟି, କାର୍ତ୍ତିକ ତ୍ୟାଗୀ ଓ ବିଷ୍ଣୋଇଙ୍କୁ ୨ଟି ଲେଖାଏଁ ଓ୍ବିକେଟ ମିଳିଛି।
Comments are closed.