ଆଜିଠୁ ଓଜେଇଇ ପାଇଁ ଅନ୍ଲାଇନ ଆବେଦନ ଆରମ୍ଭ

ଭୁବନେଶ୍ୱର: ଆଜିଠୁ ଓଜେଇଇ ପ୍ରବେଶିକା ପରୀକ୍ଷା ପାଇଁ ଅନ୍ଲାଇନରେ ଆବେଦନ କରିପାରିବେ ଛାତ୍ରଛାତ୍ରୀ। ଓଜେଇଇ ୱେବସାଇଟକୁ ଯାଇ ଇଚ୍ଚୁକ ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ। ଆସନ୍ତା ମାର୍ଚ୍ଚ ୨୦ତାରିଖ ଯାଏ ଅନ୍ଲାଇନରେ ଆବେଦନ କରିହେବ। ଆବେଦନ କରୁଥିବା ଛାତ୍ରଛାତ୍ରୀ ଆସନ୍ତା ଏପ୍ରିଲ ୨୦ ତାରିଖରୁ ଇଣ୍ଟରନେଟରୁ ଆଡମିଟ କାର୍ଡ ଡାଉନଲୋଡ କରିପାରିବେ। ମେ’ ପ୍ରଥମ ସପ୍ତାହରେ ଓଜେଇଇର ପ୍ରବେଶିକା ପରୀକ୍ଷା ହେବ। ଏନେଇ ଓଜେଇଇ ଅଧ୍ୟକ୍ଷ ସୁଦୀପ ଚାନ୍ଦ ସୂଚନା ଦେଇଛନ୍ତି।
Comments are closed.