ରଣବୀର କପୁର ମୋର ପ୍ରଥମ ପସନ୍ଦ : ଅନୁରାଗ ବାସୁ
![](https://www.odishalink.com/wp-content/uploads/2020/02/anurg.jpg)
ମୁମ୍ବାଇ : ବଲିଉଡରେ ଏବେ ବାୟୋପିକ୍ର ଋତୁ ଚାଲିଛି । ବହୁତ ଜଲଦି ଦର୍ଶକ ଆଉ ଏକ ବାୟୋପିକ୍ ସିନେମା ଦେଖିବାକୁ ପାଇବେ । କିଶୋର କୁମାରଙ୍କ ଉପରେ ପ୍ରସ୍ତୁତ ହେବାକୁ ଯାଉଛି ବାୟୋପିକ୍ । ସିନେମାଟିକୁ ଅନୁରାଗ ବାସୁ ନିର୍ଦ୍ଦେଶନା ଦେବା ସହ ରଣବୀର କପୁର କିଶୋରଙ୍କ ଚରିତ୍ରରେ ନଜର ଆସିବେ ।
ବାୟୋପିକଟି ୨୦୧୮ରେ ତିଆରି ହେବାର ଥିଲା କିନ୍ତୁ କୌଣସି କାରଣରୁ ଏହାକୁ ସ୍ଥଗିତ ରଖାଯାଇଥିଲା । ହେଲେ “ଯାହା ବି ହେଉ ମୁଁ ଏହି ବାୟୋପିକ୍ ତିଆରି କରିବି ବୋଲି ଅନୁରାଗ କହିଛନ୍ତି।
ରଣବୀର କପୁର ଏହି ବାୟୋପିକ୍ ପାଇଁ ମୋର ପ୍ରଥମ ପସନ୍ଦ ବୋଲି , ଅନୁରାଗ କହିଛନ୍ତି ।ପୁଣି ସେ କହିଛନ୍ତି, କିନ୍ତୁ ରଣବୀର ଓ ତାଙ୍କର ସମୟ ଉପରେ ସିନେମାର ନିର୍ମାଣ ସମୟ ନିର୍ଭର କରୁଛି ବୋଲି । କାରଣ ରଣବୀର ସିନେମା ‘ବ୍ରହ୍ମାସ୍ତ୍ର ‘ ଶୁଟିଂରେ ବ୍ୟସ୍ତ ଅଛନ୍ତି ।
ଅନୁରାଗ ସିନେମା ‘ଲୁଡୋ’ର ଶୁଟିଂକୁ ନେଇ ବ୍ୟସ୍ତ ଅଛନ୍ତି । ଏହି ସିନେମାରେ ରାଜକୁମାର ରାଓ ମୁଖ୍ୟ ଚରିତ୍ରରେ ଅଭିନୟ କରିଛନ୍ତି । ସିନେମାଟି ଏପ୍ରିଲ ୨୦ ତାରିଖରେ ରିଲିଜ୍ ହେବ ।
Comments are closed.