Odisha Link
Bridging the Missing Links in Odisha

ନଦୀରୁ ଉଦ୍ଧାର ହେଲା ଦୁଇଟି ମୃତଦେହ

ପାଟଣା: ନଦୀରୁ ବସ୍ତାରେ ବନ୍ଧା ହୋଇଥିବା ଦୁଇଟି ମୃତଦେହ ଉଦ୍ଧାର ହୋଇଛି। ଉଦ୍ଧାର ମୃତଦେହ ଦୁଇଟି ଜଣେ ଯୁବକ ଏବଂ ଅନ୍ୟ ଜଣେ ମହିଳା ବୋଲି ଜଣାପଡିଛି। ତେବେ ଉଭୟଙ୍କ ପରିଚୟ ମିଳିପାରିନାହିଁ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ମିିଳିଥିବା ସୂଚନା ଅନୁସାରେ, କେନ୍ଦୁଝର ଜିଲ୍ଲା ବାରିଆ ଥାନା ଅନ୍ତର୍ଗତ ବୈତରଣୀ ନଦୀର ଫୁଲକଁଳେଇ ଖଲି ଚଉପତି ଘାଟରେ ବସ୍ତାରେ ବନ୍ଧା ହୋଇଥିବା ଦୁଇଟି ଅଚିହ୍ନା ଶବ ଭାସୁଥିବା ଦେଖିବାକୁ ମିଳିଥିଲା। ବସ୍ତାଟି ଦୁଇଦିନ ଧରି ସେଠାରେ ଭାସୁଥିବାର ଲୋକେ ଦେଖିଥିଲେ। ତେବେ ସନ୍ଦେହ ହେବାରୁ ପୋଲିସକୁ ଖବର ଦେଇଥିଲେ ସ୍ଥାନୀୟଲୋକ। ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚିଥିଲା। ଉକ୍ତ ବସ୍ତା ଭିତରୁ ଜଣେ ଯୁବକ ଓ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରିଛି।

ମୃତଦେହ ଦୁଇଟିକୁ ବସ୍ତାରେ ଭର୍ତ୍ତି କରିବା ପରେ ପଥରରେ ବାନ୍ଧି ପାଣିରେ ପକାଇ ଦିଆଯାଇଥିବା ଜଣାପଡିଛି। ତେବେ ଉଭୟଙ୍କୁ କେହି ଦୁର୍ବୃତ୍ତ ହତ୍ୟାକରିବା ପରେ ବସ୍ତାରେ ଭର୍ତ୍ତି କରି ଫିଙ୍ଗିଦେଇଥିବା ସନ୍ଦେହ କରାଯାଉଛି। ଖବର ପାଇ ଘଟଣାସ୍ଥଳରେ ବାରିଆ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ମୃତକଙ୍କ ପରିଚୟ ମିଳିନାହିଁ।

Comments are closed.