ଆଜମଗଡ଼ରେ ଲାଗିଲା ପୋଷ୍ଟର, ନିର୍ବାଚନ ପରଠୁ ଅଖିଳେଶ ଯାଦବ ନିଖୋାଜ

ଆଜମଗଡ଼: ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ସଭାପତି ଓ ସାଂସଦ ଅଖିଳେଶ ଯାଦବ ନିଖୋଜ। ଅଖିଳେଶଙ୍କ ସଂସଦୀୟ କ୍ଷେତ୍ର ଆଜମଗଡ଼ରେ ସେ ନିଖୋଜ ଥିବା ପୋଷ୍ଟର ଲାଗିଛି। ବୁଧବାର ଦିନ ଆଜମଗଡ଼ରେ ସିଏଏ ଓ ଏନଆରସି ବିରୋଦ୍ଧରେ ବିକ୍ଷୋଭ ପ୍ରଦର୍ଶନ ସମୟରେ ମହିଳାଙ୍କ ଉପରେ ପୋଲିସ୍ କାର୍ଯ୍ୟାନୁଷ୍ଠାନ ନେଇଥିବା ବେଳେ ଏପର୍ଯ୍ୟନ୍ତ ଅଖିଳେଶଙ୍କ ଚୁପ୍ ରହିବାକୁ ନେଇ ଟାର୍ଗେଟ କରିଏଭଳି ପୋଷ୍ଟର ଲାଗିଥିବା ଖବର ଜାତୀୟ ଗଣମାଧ୍ୟମରେ ପ୍ରସାରିତ ହେଉଛି।
‘
ଆଜମଗଡ଼ ଜିଲ୍ଲାର ବିଲାରିୟାଗଞ୍ଜର ଜୋହର ପାର୍କରେ ହେଉଥିବା ସିଏଏ ଓ ଏନଆରସି ବିରୋଦ୍ଧରେ ହେଉଥିବା ଧାରଣା ସମୟରେ ମୁସଲିମ୍ ମହିଳାଙ୍କ ଉପରେ ପୋଲିସ୍ ଲାଠିଚାର୍ଜ କରିଥିଲା। ଏହି ଘଟଣାକୁ ନେଇ ସ୍ଥାନୀୟ ସାଂସଦ ତଥା ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କିଛି ପ୍ରତିକ୍ରିୟା ଦେଇ ନାହାନ୍ତି। ଫଳରେ ନିଜ ସଂସଦୀୟ କ୍ଷେତ୍ରର ଜନତାଙ୍କ ଟାର୍ଗେଟରେ ଅଛନ୍ତି ଅଖିଳେଶ। ଅପରପକ୍ଷେ ଏହି ମାମଲାରେ ଅଖିଳେଶଙ୍କ ନିରବ ଓ ଆଜମଗଡ଼ରୁ ଦୂରରେ ରହିବାନୁ ନେଇ ପୋଷ୍ଟର ଯୁଦ୍ଧ ଲାଗିଛି।
ଅଖିଳେଶଙ୍କୁ ଟାର୍ଗେଟ କରି ଆଜମଗଡ଼ ସଂସଦୀୟ କ୍ଷେତ୍ରର ଭିନ୍ନ ଭିନ୍ନ ସ୍ଥାନରେ ଅଖିଳେଶ ଯାଦବ ନିଖୋଜ ହେବା ପୋଷ୍ଟର ଲାଗିଛି। ସିଏଏ ଓ ଏନଆରସି ବିପକ୍ଷରେ ହେଉଥିବା ସମାବେଶ ସମୟରେ ମୁସଲିମ ମିହଳାଙ୍କ ଉପରେ ପୋଲିସର ବର୍ବରତାକୁ ନେଇ ଏପର୍ଯ୍ୟନ୍ତ ଅଖିଳେଶ ଚୁପ୍ କାହିଁକି ବୋଲି ପୋଷ୍ଟରରେ ମଧ୍ୟ ଲେଖାଯାଇଛି। ୨୦୧୯ ଲୋକସଭା ନିର୍ବାଚନ ପରଠାରୁ ଅଖିଳେଶ ଯାଦବ ନିଖୋଜ ଥିବା ନେଇ ମଧ୍ୟ ପୋଷ୍ଟରରେ ଉଲ୍ଲେଖ ରହିଛି। ଏଭଳି ପୋଷ୍ଟର କଂଗ୍ରେସ କମିଟି ବିଭାଗ ପକ୍ଷରୁ ଲଗାଯାଇଛି। କଂଗ୍ରେସ ଜିଲ୍ଲା ଅଧ୍ୟକ୍ଷ ପ୍ରବୀଣ ସିଂହ ଏହା ସ୍ବୀକାର କରିଛନ୍ତି।
ଏଭଳି ଘଟଣା ଘଟିଥିବା ଦିନ ହିଁ ଆଜମଗଡ଼ ସାଂସଦ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ପୋଲିସର ବର୍ବରତାକୁ ନେଇ ନିନ୍ଦା କରିଥିଲେ।
हर मंच से गोली की बात करने वाले संवैधानिक मूल्यों की बात कब करेंगे?
शांतिपूर्वक धरना लोगों का संवैधानिक अधिकार है।आज़मगढ़ में पुलिस की बर्बरता ने सभी हदें पार कर दी और मैं इसकी घोर निंदा करता हूँ!
पार्टी के विधायक और संगठन बिलरियागंज में लोगों की सेवा कर रहे हैं! pic.twitter.com/FbPiup3hHs
— Akhilesh Yadav (@yadavakhilesh) February 5, 2020
Comments are closed.