Odisha Link
Bridging the Missing Links in Odisha

କରୋନା ଭାଇରସ୍: ପ୍ରଥମଥର ପାଇଁ ଆମେରିକୀୟଙ୍କ ମୃତ୍ୟୁ

ୱାଶିଂଟନ୍‌: ଦିନକୁ ଦିନ ଅଧିକରୁ ଅଧିକ କାୟା ମେଲାଉଛି କରୋନା ଭାଇରସ୍। ଏହି ଭୟଙ୍କର ଭାଇରସ୍‌ରେ ଆକ୍ରାନ୍ତ ହୋଇ ପ୍ରଥମଥର ପାଇଁ ଜଣେ ଆମେରିକୀୟଙ୍କ ମୃତ୍ୟୁ ହୋଇଛି। ଏହି ବ୍ୟକ୍ତି ଜଣଙ୍କ ଚାଇନାର ଉହାନରେ ହିଁ ରହୁଥିଲେ। ଆମେରିକୀୟ ନାଗରିକଙ୍କ ଦେହରେ କରୋନା ଭାଇରସ ଚିହ୍ନଟ ହେବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏବେ ତାଙ୍କର ମୃତ୍ୟୁ ଘଟିଥିବା ଚାଇନାରେ ଥିବା ଆମେରିକା ଦୂତାବାସ ପକ୍ଷରୁ ସ୍ପଷ୍ଟ କରାଯାଇଛି।

ଆମେରିକା ଦୂତାବାସ ମୃତ୍ୟୁ ଖବରକୁ ସ୍ୱୀକାର କରିଥିଲେ ହେଁ ମୃତକ ଜଣଙ୍କ ପୁରୁଷ କି ମହିଳା ସେକଥା ସ୍ପଷ୍ଟ କରିନାହିଁ। ପ୍ରାଣ ହରାଇଥିବା ଆମେରିକୀୟ ନାଗରିକଙ୍କ ବୟସ ୬୦।

ଉହାନରୁ ପ୍ରଥମେ କରୋନା ଭାଇରସ ସୃଷ୍ଟି ହୋଇଥିଲା। ଏଯାଏ ଚାଇନାରେ ୭୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ ହେଁ ଏମାନଙ୍କ ମଧ୍ୟରେ କୌଣସି ବିଦେଶୀ ନାଗରିକ ନଥିଲେ। ହେଲେ ପ୍ରଥମଥର ପାଇଁ କରୋନା ଭାଇରସରେ କୌଣସି ବିଦେଶୀ ନାଗରିକ ଚାଇନାରେ ପ୍ରାଣ ହରାଇଛନ୍ତି।

Comments are closed.