ସିନେମା ଦେଖି କାନ୍ଦି ପକାଇଲେ ଆଡଭାନି

ମୁମ୍ବାଇ : ବିଧୁ ବିନୋଦ ଚୋପ୍ରାଙ୍କ ନିର୍ଦ୍ଦେଶିତ ସିନେମା ‘ଶିକାରା’ ଗତ କାଲି ରିଲିଜ ହୋଇ ଯାଇଛି । ଏହା ଏକ ଲଭ୍ ଷ୍ଟୋରୀ, ଯାହା କାଶ୍ମୀର ପଣ୍ଡିତଙ୍କ ଉପରେ ହୋଇଥିବା ନିର୍ଯାତନାର କାହାଣୀ ଉପରେ ଆଧାରିତ। ଏହି ସିନେମାଟିକୁ ଦେଖିବାକୁ ବିଜେପିର ବରିଷ୍ଠ ନେତା ଏଲ୍କେ ଆଡଭାନୀ ଯାଇଥିଲେ ।
ଆଡ୍ଭାନୀ ସିନେମାର ସ୍ପେଶାଲ୍ ସ୍କ୍ରିନିଂ ବେଳେ କୋହ ସମ୍ବାଳି ନପାରି କାନ୍ଦି ପକାଇଥିଲେ । ଏହା ଦେଖି ନିର୍ଦ୍ଦେଶକ ବିଧୁ ଅଡ୍ଭାନୀଙ୍କ ପାଖକୁ ଯାଇ ତାଙ୍କୁ ପ୍ରବୋଧନା ଦେଇଥିଲେ। ଏହି ସମୟରେ ଭିଡିଓକୁ ନିଜେ ଇନ୍ଷ୍ଟ୍ରାଗ୍ରାମ୍ରେ ପୋଷ୍ଟ କରିଥିଲେ ନିର୍ଦ୍ଦେଶକ ବିଧୁ ବିନୋଦ ଚୋପ୍ରା।
https://www.instagram.com/p/B8RK6b4FYSw/
ଏହାପରେ ସୋଶାଲ୍ ମିଡିଆରେ ଭିଡିଓଟି ଖୁବ୍ ଭାଇରାଲ୍ ହେଉଛି। ସେ ଲେଖିଥିଲେ ” ଶିକାରାର ସ୍ପେଶିଆଲ୍ ସ୍କ୍ରିନିଂରେ ଲାଲ୍କୃଷ୍ଣ ଆଡ୍ଭାନୀ। ସିନେମା ପ୍ରତି ଆପଣଙ୍କ ଆଶୀର୍ବାଦ ଓ ସଦ୍ଭାବନା ପାଇ ଆମେ ବହୁତ ଖୁସି।”
୧୯ ଜାନୁଆରୀ ୧୯୯୦ ମସିହାରେ କାଶ୍ମୀର ପଣ୍ଡିତ କାଶ୍ମୀରରୁ ବିତାଡ଼ିତ ହେବାର କାହାଣୀକୁ ନେଇ ସିନେମାଟି ତିଆରି କରାଯାଇଛି । ସିନେମାରେ ବଲିଉଡ୍ ଆକ୍ଟର ଆଦୀଲ ଖାନ୍ ଓ ଅଭିନେତ୍ରୀ ସାଦୀୟା ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି।
Comments are closed.