ଜାନୁଆରୀରେ ଖୁଚୁରା ମୁଦ୍ରାସ୍ପୀତି ୭.୫୯% ଛୁଇଁଲା

ନୂଆଦିଲ୍ଲୀ: କଞ୍ଜୁମର ପ୍ରାଇସ୍ ଇଣ୍ଡେକ୍ସ ଆଧାରରେ ଆକଳନ କରାଯାଉଥିବା ଖୁଚୁରା ମୁଦ୍ରାସ୍ପୀତି ଜାନୁଆରୀ ମାସରେ ୭.୫୯% ପହଞ୍ଚିଛି। ଏହା ମେ ୨୦୧୪ ପରଠାରୁ ଭାରତର ସର୍ବାଧିକ ମୁଦ୍ରାସ୍ପୀତି। ଖାଦ୍ୟଦ୍ରବ୍ୟର ମୂଲ୍ୟ ବୃଦ୍ଧି ଏବଂ ଟେଲିକମ୍ ଟାରିଫ୍ ବୃଦ୍ଧି କାରଣରୁ ମୁଦ୍ରାସ୍ପୀତି ବୃଦ୍ଧି ହୋଇଥିବା କୁହାଯାଉଛି। ଜାନୁଆରୀ ମାସରେ ମୁଦ୍ରାସ୍ପୀତି ୭.୫୯% ହୋଇଥିବା ବେଳେ ଡିସେମ୍ବରରେ ୭.୩୫% ଥିଲା। ଖାଦ୍ୟ ଓ ପାନୀୟ କ୍ଷେତ୍ରରେ ମୁଦ୍ରାସ୍ପୀତି ଗତବର୍ଷ ଡିସେମ୍ବରରେ ୧୨.୨%ରୁ ବର୍ତ୍ତମାନ ୧୧.୮% ପହଞ୍ଚିଛି। ଗତବର୍ଷ ତୁଳନାରେ ପରିବା ଦରରେ ୫୦.୧୯% ବୃଦ୍ଧି ପାଇଛି ଏବଂ ପରିବହନ କ୍ଷେତ୍ରରେ ମୁଦ୍ରାସ୍ପୀତି ଡିସେମ୍ବରରେ ୪.୭୭ରୁ ୬.୦୮କୁ ବୃଦ୍ଧି ପାଇଛି।
Comments are closed.