ଯୁକ୍ତ ୩ ପ୍ରଶ୍ନପତ୍ର ଭାଇରାଲ
![](https://www.odishalink.com/wp-content/uploads/2020/02/3-question-viral-1.jpg)
ସମ୍ବଲପୁର: ସମ୍ବଲପୁର ବିଶ୍ବବିଦ୍ୟାଳୟର ଯୁକ୍ତ ୩ ର ରାସାୟନ ବିଜ୍ଞାନ ତୃତୀୟ ସେମିଷ୍ଟାର ପ୍ରଶ୍ନପତ୍ର ଭାଇରାଲ ହୋଇଛି। ସୁନ୍ଦରଗଡ଼ରେ କଲେଜ ଛାତ୍ରଙ୍କ ମୋବାଇଲରେ ଘୁରିବୁଲୁଛି ପ୍ରଶ୍ନପତ୍ର । ପ୍ରଶ୍ନପତ୍ର ଭାଇରାଲ୍ ହୋଇଥିବା ସ୍ବାକାର କଲେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ। ଏନେଇ ସୂଚନା ଦେଇଛନ୍ତି ସମ୍ବଲପୁର ବିଶ୍ବବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରଣକ ସୂର୍ଯ୍ୟ ନାୟକ। ଶ୍ରୀ ନାୟକ କାହିଛନ୍ତି ଯେ ପ୍ରଶ୍ନପତ୍ର ଭାଇରାଲ୍ ହୋଇଛି କିନ୍ତୁ ପରୀକ୍ଷା ବାତିଲ୍ ହେବ ନାହିଁ । ନୂଆ ପ୍ରଶ୍ନପତ୍ରରେ ଆଜି ପରୀକ୍ଷା ହେବ। କେଉଁଠୁ ଲିକ୍ ହେଲା ଖୋଳତାଡ଼ ପାଇଁ ବିଭିନ୍ନ କଲେଜରେ ରେଡ୍ ଚାଲିଛି।
Comments are closed.