Odisha Link
Bridging the Missing Links in Odisha

କାଲି ଯାଏଁ ଗୃହ ମୁଲତବୀ

ଭୁବନେଶ୍ବର: ଆଜି ଆରମ୍ଭ ହୋଇଛି ବିଧାନସଭାର ବଜେଟ୍ ଅଧିବେଶନ। ପ୍ରଥମ ଦିନରେ ଗୃହରେ ଅଭିଭାଷଣ ରଖିବା ସହ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ନିଜ ଅଭିଭାଷଣରେ ନବୀନ ସରକାରଙ୍କ ମୋ ସରକାର ଓ ଫାଇଭ-ଟିକୁ ବେଶ୍ ପ୍ରଶଂସା କରିଥିଲେ। କହିଲେ ଲୋକଙ୍କ ସୁବିଧା ପାଇଁ ମୋ ସରକାର କରାଯାଇଛି । ୫ଟି ଦ୍ୱାରା ସରକାର ଅଧିକ କ୍ରିୟାଶୀଳ ହୋଇଛି। ଶ୍ରୀମନ୍ଦିର ଓ ଲିଙ୍ଗରାଜ ମନ୍ଦିରର ବିକାଶ ପାଇଁ ସରକାର ଅଧିକ ଗୁରୁତ୍ୱ ଦେଉଛନ୍ତି। ଏପରିକି ରାଜ୍ୟରୁ ଦାରିଦ୍ର୍ୟ ଦୂର କରିବା ପାଇଁ ନବୀନ ସରକାର ଅନେକ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେବା ସହ ଓଡିଶା ସରକାରଙ୍କ କାଳିଆ ଯୋଜନାରେ ଚାଷୀ ଉପକୃତ ହେଉଛନ୍ତି କହିଥିଲେ ରାଜ୍ୟପାଳ।
ତେବେ ରାଜପାଳ ତାଙ୍କ ଅଭିଭାଷଣରେ ସରକାରଙ୍କୁ ପ୍ରଶଂସା କରିବା ପରେ ଏଥିରେ ଅସନ୍ତୋଷ ପ୍ରକାଶ କରି ଗୃହ ଆରମ୍ଭରୁ ହିଁ କକ୍ଷତ୍ୟାଗ କରିଥିଲେ କଂଗ୍ରେସ ସଦସ୍ୟ । ଅନ୍ୟପଟେ ଆସନ୍ତାକାଲି ଯାଏଁ ଗୃହ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତି।

Comments are closed.