କୋର୍ଟରେ ହାଜିର ହେଲେ ଅନୁପ ସାଏ

ରାୟଗଡ: ଡବଲ ମର୍ଡର ମାମଲାରେ ରାୟଗଡ କୋର୍ଟରେ ହାଜର ହେଲେ ଅନୁପ ସାଏ। ଡ୍ରାଇଭର ବର୍ଦ୍ଧନ ଟପ୍ପୋଙ୍କ ସହ ରାୟଗଡ କୋର୍ଟରେ ଅନୁପ ସାଏଙ୍କ ହାଜର କଲା ପୋଲିସ। ରିମାଣ୍ଡ ଆବେଦନ ଉପରେ ଶୁଣାଣି ପାଇଁ ଦୁହିଁଙ୍କୁ ହାଜର କରାଯାଇଛି।
ସୂଚନାଯୋଗ୍ୟ, କଳ୍ପନା ଦାଶ ଓ ତାଙ୍କ ନାବାଳିକା ଝିଅଙ୍କ ମୃତଦେହ ୨୦୧୬ ମେ ୭ରେ ଛତିଶଗଡ଼ର ହମିରପୁର ଜଙ୍ଗଲରୁ ମିଳିଥିଲା। ହତ୍ୟା ପରେ ସେମାନଙ୍କ ଉପରେ ବାରମ୍ବାର ଗାଡ଼ି ଚଢ଼ାଯାଇଥିବା ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଥିଲା। ତେବେ ଏହି ଡବଲ୍ ମର୍ଡର ଘଟଣାରେ ୨ଟି ଗାଡ଼ି ବ୍ୟବହାର ହୋଇଥିଲା ବୋଲି ଜଣାପଡ଼ିଛି। ଗୋଟିଏ ବୋଲେରୋ ଅନ୍ୟଟି ଇନୋଭା ବୋଲି ତଦନ୍ତରୁ ଜଣାପଡ଼ିଛି। ଏହି ୨ଟି ବ୍ରାଣ୍ଡ ଗାଡ଼ିର ମାଲିକାନା ଖୋଦ୍ ଅନୁପଙ୍କ ପାଖରେ ଥିଲା।
Comments are closed.