Odisha Link
Bridging the Missing Links in Odisha

ଚିକିତ୍ସାଳୟରେ ଭର୍ତ୍ତି ହେଲେ ପାଟଣାଗଡ ବିଧାୟକ

ପାଟଣାଗଡ଼ : ଜେଇଙ୍କୁ ଉଠବସ୍ ମାମଲାରେ ଜେଲରେ ଥିବା ପାଟଣାଗଡ଼ ବିଧାୟକ ସରୋଜ ମେହେର ଅସୁସ୍ଥ ହୋଇପଡ଼ିଛନ୍ତି । ତାଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ମଙ୍ଗଳବାର ଅପରାହ୍ନରେ ଛାତିରେ ଯନ୍ତ୍ରଣା ଅନୁଭବ କରୁଥିବା ବିଧାୟକ ଶ୍ରୀ ମେହେର ଜଣାଇଥିଲେ । ସଂଧ୍ୟା ପ୍ରାୟ ସାଢେ଼ ୭ଟାରେ ତାଙ୍କୁ ପାଟଣାଗଡ଼ ଡାକ୍ତରଖାନାକୁ ଅଣାଯାଇଥିଲା । ତାଙ୍କୁ ଅଂଶୁଘାତ ରୋଗୀଙ୍କ ପାଇଁ ଉଦ୍ଧିଷ୍ଟ କକ୍ଷରେ ରଖାଯାଇ ଚିକିତ୍ସା କରାଯାଉଛି । ଡା.ଏସ.କୁମାର ଓ ଡା.ହେମନ୍ତ ମେହେର ଚିକିତ୍ସା କରୁଥିବା ଜଣାପଡ଼ିଛି । ଏସମ୍ପର୍କରେ ଡା.କୁମାରଙ୍କୁ ପଚାରିବାରୁ ବିଧାୟକଙ୍କ ଇସିଜି ଓ ବ୍ଲଡ ସୁଗାର, ରକ୍ତ ପରୀକ୍ଷା କରାଯାଇଛି । ସବୁ ଠିକ୍ ଅଛି । ତେବେ ତାଙ୍କ ପିଞ୍ଜରା ହାଡ଼ ଦରଜ ହେଉଥିବା ବିଧାୟକ କହୁଥିବା ଡାକ୍ତର କହିଛନ୍ତି । ପ୍ରକାଶ ଥାଉ କି ସୋମବାର ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କୁ ପୁଲିସ ଗିରଫ କରି ଏଡିଜେଙ୍କ କୋର୍ଟକୁ ଚାଲାଣ କରିଥିଲେ । ତାଙ୍କ ଜାମିନ ନାମଂଜୁର ହେବାରୁ ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଥିଲା । ଆବେଦନର ପରବର୍ତ୍ତୀ ଶୁଣାଣୀକୁ ୧ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି । ସୋମବାର ସନ୍ଧ୍ୟାରେ ବିଧାୟକଙ୍କୁ ଜେଲର ରୁଟିନ ହିସାବରେ ଖାଇବାକୁ ଦିଆଯାଇଥିଲା । ବିଶ୍ୱସ୍ତ ସୂତ୍ରରୁ ପ୍ରକାଶ ଯେ ସୋମବାର ରାତିରେ ବିଧାୟକଙ୍କ ପାଇଁ ତାଙ୍କ ଘରୁ ଖାଇବା ଆସିଥିଲା । ମଙ୍ଗଳବାର ସକାଳେ ଜଳିଖିଆ, ଦ୍ୱିପ୍ରହରରେ ଭୋଜନ ମଧ୍ୟ ଘରୁ ଆସିଥିଲା ।

Comments are closed.