ଜାପାନରେ ଫସିରହିଛନ୍ତି ଓଡିଆ ଯୁବକ

ନୂଆଦିଲ୍ଲୀ: କରୋନା ଭାଇରସ୍ର ଏନ୍ତୁଡିଶାଳ ଜନାପାନରେ ଫସି ରହିଛନ୍ତି ଓଡିଆ ଯୁବକ। ଜାପାନର ୟକୋହମା ଜାହାଜରେ ଫସିରହିଛନ୍ତି ଓଡିଆ ଯୁବ ଇଞ୍ଜିନିୟର। ୧୪ ଦିନ ହେଲା ଜାହାଜରେ ଫସିରହିଛନ୍ତି ୧୬୦ ଭାରତୀୟ। ଏମାନଙ୍କ ମଧ୍ୟରେ ବ୍ରହ୍ମପୁରର ଜଣେ ଯୁବ ଇଞ୍ଜିନିୟର ଅଛନ୍ତି। ବ୍ରହ୍ମପୁର ପନ୍ଦରା ସାହରା ସାହିର ଯୁବ ଇଞ୍ଜିନିୟର ଶିବାଶିଷ ନାୟକ ଫସିରହିଛନ୍ତି। ଯୁବ ଇଞ୍ଜିନିୟରଙ୍କ ସାମ୍ପୁଲ ଟେଷ୍ଟ ନେଗେଟିଭ୍ ଆସିଥିବା ନେଇ ସୂଚନା ମିଳିଛି। ପ୍ରତିଶେଧକମୂଳକ ପଦକ୍ଷେପ ପାଇଁ ଅଖିଆଅପିଆ ପଡି ରହିଛନ୍ତି। ଜାହାଜରୁ ଉଦ୍ଧାର କରିବାକୁ ରାଜ୍ୟ ସରକାରଙ୍କୁ ଆକୁଳ ନିବେଦନ କରିଛନ୍ତି ଶିବାଶିଷ ନାୟକ।
Comments are closed.