ବୋଲେରୋ ଧକ୍କାରେ ପଥଚାରୀଙ୍କ ମୃତ

ନିଶ୍ଚିନ୍ତକୋଇଲି: କଟକ-ଚାନ୍ଦବାଲି ରାସ୍ତା କଟିକଟା ଅନାମଦାସ ଛକରେ ବୋଲେରୋ ଧକ୍କାରେ ପଥଚାରୀଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ନୁଆଗାଁର ନୃସିଂହ ଚରଣ ମହାରଣା। ଏକ ବିବାହ ଭୋଜିରେ ଯୋଗଦେବାକୁ ଯାଉଥିଲେ ନୃସିଂହ।
ଗୁରୁତର ଅବସ୍ଥାରେ ନୃସିଂହଙ୍କୁ ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ନୃସିଂହଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
Comments are closed.