ଦୀପ ନିଆଁ ଲାଗି ମହିଳା ଆହତ

ଆନନ୍ଦପୁର: ଆଜି ପବିତ୍ର ମହା ଶିବରାତ୍ରି ଏଥିପାଇଁ ସମସ୍ତ ଶୈବପୀଠ ଚଳଚଞ୍ଚଳ ହୋଇ ଉଠିଛି। ପଞ୍ଚାକ୍ଷରୀ ମନ୍ତ୍ରରେ ଫାଟିପଡ଼ୁଛି ଶୈବପୀଠ। ମହାଦେବଙ୍କ ଦର୍ଶନ ପାଇଁ ସବୁ ଶୈବାଳୟରେ ଲାଗିଛି ଭକ୍ତଙ୍କ ଭିଡ଼। ତେବେ ଏହାରି ଭିତରେ ଏକ ଅଘଟଣ ଘଟିଛି। ଶିବ ମନ୍ଦିରରେ ଦୀପ ନିଆଁ ଲାଗି ଜଣେ ମହିଳା ଆହତ ହୋଇଛନ୍ତି। ଦେଓଗାଁ କୁଶଳେଶ୍ୱର ମନ୍ଦିରରେ ଦୀପ ଦାନ ବେଳେ ଏହି ଅଘଟଣ ଘଟିଛି। ଆହତ ମହିଳାଙ୍କୁ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରାଯାଇଛି ।
Comments are closed.