ଟ୍ରମ୍ପଙ୍କ ଗସ୍ତ ପୂର୍ବରୁ ଦିଲ୍ଲୀରେ ଦଙ୍ଗା: କନଷ୍ଟେବଳ ମୃତ
![](https://www.odishalink.com/wp-content/uploads/2020/02/Violence.jpg)
ନୂଆଦିଲ୍ଲୀ: ଦିଲ୍ଲୀରେ ପୁଣି ସିଏଏ ଓ ଏନଆରସିକୁ ନେଇ ସୃଷ୍ଟି ହୋଇଛି ହିଂସାକାଣ୍ଡ। ଦିଲ୍ଲୀର ଜାଫରାବାଦ ଏବଂ ମୌଜପୁର ଅଞ୍ଚଳରେ ଆଜି ସିଏଏ ସମର୍ଥକ ଏବଂ ବିପକ୍ଷବାଦୀଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିଛି। ଦୁଇପକ୍ଷ ପରସ୍ପର ଉପରେ ଗୁଳିମାଡ଼ ଏବଂ ପଥରମାଡ଼ କରିଛନ୍ତି। ସ୍ଥିତି ନିୟନ୍ତ୍ରଣ କରିବା ସମୟରେ ପୁଲିସ କର୍ମଚାରୀ ଆକ୍ରମଣର ଶିକାର ହୋଇଛନ୍ତି। ମୌଜପୁରରେ ଜଣେ ହେଡ୍ କନଷ୍ଟେବଳ ରତନ୍ ଲାଲ୍ ଆକ୍ରମଣରେ ପ୍ରାଣ ହରାଇଛନ୍ତି। ସ୍ଥିତି ନିୟନ୍ତ୍ରଣ କରିବାକୁ ଯାଇ ଡିସିପି ଆହତ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ମଧ୍ୟ ଟୁଇଟ୍ କରି ଶାନ୍ତି ବଜାୟ ରଖିବାକୁ ଆହ୍ୱାନ କରିଛନ୍ତି। ଉପରାଜ୍ୟପାଳ ଏବଂ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ମଧ୍ୟ ଆଇନ ବ୍ୟବସ୍ଥା ଠିକ୍ କରିବାକୁ ନିବେଦନ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ।
Very distressing news regarding disturbance of peace and harmony in parts of Delhi coming in.
I sincerely urge Hon’ble LG n Hon'ble Union Home Minister to restore law and order n ensure that peace and harmony is maintained. Nobody should be allowed to orchestrate flagrations.— Arvind Kejriwal (@ArvindKejriwal) February 24, 2020
ଜାଫରାବାଦରେ ବହୁ ସଂଖ୍ୟାରେ ପୁଲିସ ଫୋର୍ସ ମୁତୟନ ହୋଇଥିଲେ ହେଁ ହିଂସାତ୍ମକ ପରିସ୍ଥିତି ଲାଗି ରହିଛି। ବିଭିନ୍ନ ସ୍ଥାନରେ ପଥରମାଡ଼ ହୋଇଛି। ବିକ୍ଷୋଭକାରୀମାନେ ୩ଟି ଗାଡ଼ିରେ ନିଆଁ ଲଗାଇ ଦେଇଥିବାବେଳେ ଅନେକ ଦୋକାନରେ ନିଆଁ ଲଗାଇଦେବାକୁ ଉଦ୍ୟମ କରିଛନ୍ତି। ସମୟ ସମୟରେ ବିକ୍ଷୋଭକାରୀଙ୍କ ପକ୍ଷରୁ ଗୁଳିମାଡ଼ ମଧ୍ୟ ହେଉଛି। ବିକ୍ଷୋଭକାରୀମାନେ ପରସ୍ପର ଉପରେ ପଥରମାଡ଼ କରିବାରୁ ପୁଲିସ ଲୁହବୁହା ଗ୍ୟାସ ପ୍ରୟୋଗ କରିଛି ଏଥିରେ ଜଣେ ଯୁବକ ଏବଂ ଜଣେ ପୁଲିସ କର୍ମୀଙ୍କୁ ଗୁଳି ଲାଗିଛି। ୨ ପୁଲିସ କର୍ମଚାରୀଙ୍କ ସମେତ ୧୫ ଜଣ ଆହତ ହୋଇଛନ୍ତି। ଦୁଇ ପକ୍ଷଙ୍କୁ ଶାନ୍ତ କରାଇବା ଲାଗି ପୁଲିସ ଉଦ୍ୟମ ଚଳାଇଛି।
Comments are closed.