ବର୍ଷାରେ ଭିଜୁଛି କ୍ବିଣ୍ଟାଲ କ୍ବିଣ୍ଟାଲ ଧାନ
![](https://www.odishalink.com/wp-content/uploads/2020/02/paddy-1.jpg)
ବୌଦ୍ଧ: ଆଜି ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଯୋଗୁଁ ମଣ୍ଡିରେ ପ୍ରାୟ ୭ହଜାର କୁଇଣ୍ଟାଲ ଧାନ ଭିଜୁଛି। ଜିଲ୍ଲାର ହରଭଙ୍ଗା ବ୍ଲକର ବାମୋଣ୍ଡା, ବାଣିଭୂଷଣପୁର, ଅଡ଼େଣିଗଡ଼,ସରସରା, ବୌଦ୍ଧ ବ୍ଲକର ବଘିଆପଡ଼ା, ମୁଣ୍ଡିପଦର, ରକ୍ସା, ବହିରା ତଥା କଣ୍ଟାମାଳ ବ୍ଲକର ଶିମିଳିପଦର, ସୁଣ୍ଡିପଦର, ବରଗୋଛକ୍ଷ ଲମ୍ବସରି ଆଦି ମଣ୍ଡିରେ ଧାନ ଭିଜି ନଷ୍ଟ ହେବାକୁ ବସିଲାଣି। ଗୋଟିଏ ପଟେ ଜିଲ୍ଲାରେ ଫେବୃଆରୀ ଶେଷ ସୁଦ୍ଧା ୧୩ ଲକ୍ଷ ୪୨ ହଜାର ୬୪୭ କୁଇଣ୍ଟାଲ ଧାନ କିଣିବାକୁ ଥିବା ବେଳେ ବର୍ତ୍ତମାନ ସୁଦ୍ଧା ୧୧ ଲକ୍ଷ ୩୦ ହଜାର କୁଇଣ୍ଟାଲ ଧାନ କିଣା ସରିଛି।
ବକେୟା ଆହୁରି ୨ଲକ୍ଷ କୁଇଣ୍ଟାଲ ଧାନ କିଣିବା ବାକି ରହିଛି। କିନ୍ତୁ ସୂଚନା ଅନୁସାରେ ଜିଲ୍ଲାରେ ପ୍ରାୟ ୬୫୦ ଜଣ ଚାଷୀଙ୍କ ଟୋକନ ରଦ୍ଧ ହୋଇଯାଇଛି। ଯାହା ଫଳରେ ଚାଷୀଙ୍କ ମୁଣ୍ଡରେ ଚଡକ ପଡିଛି। ତେବେ ଚାଷୀଙ୍କୁ ନ୍ୟାୟ ଦେବା ଦିଗରେ ଜିଲ୍ଲା ପ୍ରଶାସନ ତଥା ବିଭାଗୀୟ ଅଧିକାରୀ ତୁରନ୍ତ ଦୃଷ୍ଟି ଦେବା ପାଇଁ ଦାବି ହେଉଛି।
Comments are closed.