ବୁର୍ଲା ଭିମ୍ସାରରେ କରୋନା ସନ୍ଦିଗ୍ଧ
ସମ୍ବଲପୁର: ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଅଞ୍ଚଳର ଜଣେ ଯୁବକ କରୋନାରେ ଆକ୍ରାନ୍ତ ହୋଇଥିବା ସନ୍ଦେହ କରାଯାଉଛି। ସଂପୃକ୍ତ ଯୁବକଙ୍କୁ ସନ୍ଦେହରେ ସମ୍ବଲପୁର ବୁର୍ଲା ବଡ଼ମେଡ଼ିକାଲ୍ର ସ୍ୱତନ୍ତ୍ର ୱାର୍ଡରେ ଭର୍ତ୍ତି କରାଯାଇଛି। କୋଲକାତା ଏୟାରପୋର୍ଟରେ ଚେକିଂ ସମୟରେ ତାଙ୍କଠାରେ କରୋନା ଲକ୍ଷଣ ଜଣାପଡିଥିବା କୁହାଯାଉଛି।
ପ୍ରକାଶ ଯେ, ଗତ ୨୨ ତାରିଖରେ ସେ ଦକ୍ଷିଣ କୋରିଆରୁ ନିଜ ଘରକୁ ଫେରିବା ପରେ ତାଙ୍କୁ ଭିମସାରରେ ଭର୍ତ୍ତି କରାଯାଇଛି। ତାଙ୍କର କାଶ, ଥଣ୍ଡା ଓ ଜ୍ବର ଲାଗି ରହିଛି । ଆଜି ତାଙ୍କର ସାମ୍ପଲ ସଂଗ୍ରହ କରାଯାଇ ଭୁବନେଶ୍ବର ଆରଏମଆରସିକୁ ପଠାଯିବ। ତାଙ୍କୁ ବର୍ତ୍ତମାନ ଆଇସୋଲେସନରେ ରଖାଯାଇଛି। ତାଙ୍କ ଘର ସୁନ୍ଦରଗଡ଼ ହେମଗିରି ଅଞ୍ଚଳରେ ବୋଲି ଜଣାପଡ଼ିଛି।
Comments are closed.