ଭୁବନେଶ୍ୱରରେ ପହଁଞ୍ଚିଲେ ଅମିତ ଶାହ
ଭୁବନେଶ୍ବର: ଭୁବନେଶ୍ବରରେ ପହଁଞ୍ଚିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଆଜି ସେ ସକାଳ ୧୦ଟା ୪୦ରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଁଞ୍ଚିଛନ୍ତି।। ଏହାପରେ ସେ ଲୋକସେବା ଭବନରେ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବେ। ଲୋକସେବାରେ ପୂର୍ବାଞ୍ଚଳ ଜୋନାଲ୍ ପରିଷଦ ବୈଠକରେ ଅଧ୍ୟକ୍ଷତା କରିବେ। ଏଥିରେ ଓଡ଼ିଶା ସମେତ ପଶ୍ଚିମବଙ୍ଗ, ବିହାର, ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଓ ବରିଷ୍ଠ ଅଧିକାରୀମାନେ ଯୋଗ ଦେବେ। ୧୦ଟା ୪୦ରୁ ଅପରାହ୍ମ ୨ଟା ଯାଏ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବେ। ଏହାପରେ ୨ଟା ୩୦ରୁ ଅପରାହ୍ଣ ୪ଟା ଯାଏ ଜନତା ମଇଦାନରେ (ସିଏଏ) ସମର୍ଥନରେ ସଭା କରିବେ।
ସନ୍ଧ୍ୟା ୬ଟାରୁ ୭ଟା ୩୦ ମଧ୍ୟରେ ବିଜେପିର ୨ଶହରୁ ଅଧିକ ପ୍ରମୁଖ ନେତାଙ୍କୁ ନେଇ ରୁଦ୍ଧଦ୍ୱାର ବୈଠକ କରିବେ। ଏହି ବୈଠକରେ ସବୁ ବିଧାୟକ, ସବୁ ସାଂସଦ, ବିଧାୟକ ଓ ସାଂସଦ ପ୍ରାର୍ଥୀ, ଜିଲ୍ଲା ସଭାପତି, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ଉପସ୍ଥିତ ରହିବେ। ଏଥିରେ ସାଂଗଠନିକ ସ୍ଥିତି ଓ ଆଗାମୀ ରଣନୀତି ଉପରେ ଆଲୋଚନା ହେବ। ପରେ ପୁରୀରେ ରାତ୍ରିଯାପନ କରିବା ସହ ଶ୍ରୀମନ୍ଦିର ଓ ଲିଙ୍ଗରାଜ ମନ୍ଦିରରେ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ଶ୍ରୀ ଶାହଙ୍କ ଗସ୍ତ ଦୃଷ୍ଟିରୁ ଭୁବନେଶ୍ବର ଓ ପୁରୀରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ୨୯ ତାରିଖ ସକାଳେ ଶ୍ରୀଜଗନ୍ନାଥ ଓ ଲିଙ୍ଗରାଜଙ୍କୁ ଦର୍ଶନ କରିବା ପରେ ଅମିତ ଶାହ ଦିଲ୍ଲୀ ଫେରିଯିବେ
Comments are closed.