ଏକାଠି ଖାଇବେ ନବୀନ ଓ ଶାହା
ଭୁବନେଶ୍ୱର: ପୂର୍ବାଞ୍ଚଳ କାଉନସିଲ ବୈଠକରେ ଯୋଗଦେଇଥିବା ଅତିଥିମାନଙ୍କ ପାଇଁ ନବୀନ ନିବାସରେ ଭବ୍ୟ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା କରାଯାଇଛି। ଆଜି ନବୀନ ନିବାସରେ ମଧ୍ୟାହ୍ନ ଭୋଜନ କରିବେ ୨ ଦିନିଆ ଓଡ଼ିଶା ଗସ୍ତରେ ଥିବା କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଅମିତ ଶାହା ଏକାଠି ମଧ୍ୟାହ୍ନ ଭୋଜନ କରିବେ। ନୀତିଶ କୁମାର ଓ ମମତା ବାନାର୍ଜୀ ମଧ୍ୟ ନବୀନ ନିବାସରେ ମଧ୍ୟାହ୍ନ ଭୋଜନ କରିବେ । ମଧ୍ୟାହ୍ନ ଭୋଜନ ପାଇଁ ଭୁବନେଶ୍ୱରସ୍ଥ ଏକ ପଞ୍ଚ ତାରକା ହୋଟେଲରୁ ଖାଦ୍ୟ ଆସିଥିବା ଜଣାଯାଇଛି ।
ମୋଟ ୧୧ ଜଣ ଭିଭିଆଇପି ଅତିଥିମାନଙ୍କ ପାଇଁ ଖାଦ୍ୟ ଆସି ପହଞ୍ଚିଛି। ମେନୁରେ ଉଭୟ ସାଦା ଓ ଆମିଷ ଖାଦ୍ୟ ରହିଛି। ପ୍ଲେନ ରାଇସ, ଫ୍ରାଏଡ ରାଇସ ସହ ଶୁଦ୍ଧ ଓଡ଼ିଆ ଖାଦ୍ୟ ରହିଛି । ଚିକେନ, ମୋଟନ ଓ ଚିଙ୍ଗୁଡ଼ି ସହ ରହିଛି ପ୍ରାୟ ୫୦ ପ୍ରକାରର ଖାଦ୍ୟ। ରସଗୋଲା, ଚାଉଳ ଖିରି ଓ ହାକା ନୁଡୁଲହ ମଧ୍ୟ ମେନୁରେ ରହିଛି।
Comments are closed.