NZ vs IND: କାଲି ୨ୟ ଟେଷ୍ଟ, ପୁଣିଥରେ ହେବ ଇଣ୍ଡିଆର ବ୍ୟାଟିଂ ଟେଷ୍ଟ
କ୍ରାଇଷ୍ଟଚର୍ଚ୍ଚ: ଆସନ୍ତାକାଲିଠୁ ଆରମ୍ଭ ହେବ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୨ୟ ବା ଅନ୍ତିମ ଟେଷ୍ଟ ମ୍ୟାଚ୍। ଭାରତୀୟ ସମୟ ଭୋର ୪ଟାରୁ ଏହି ମ୍ୟାଚ ଖେଳା ଯିବ। ଘରୋଇ ନ୍ୟୁଜିଲାଣ୍ଡ ଦଳ ପ୍ରଥମ ଟେଷ୍ଟ ମ୍ୟାଚକୁ ୧୦ ଓ୍ବିକେଟରେ ବିଜୟୀ ହୋଇ ୧-୦ରେ ଆଗୁଆ ରହିଛି। ପ୍ରଥମ ଥର ପାଇଁ ଟିମ୍ ଇଣ୍ଡିଆ ଆଇସିସି ଟେଷ୍ଟ ଚାମ୍ପିଅନସିପରେ ପରାଜୟ କରିଥିଲା। ପ୍ରଥମ ମ୍ୟାଚରେ ଲଜ୍ଜାଜନକ ପରାଜୟ ପରେ ଏହି ମ୍ୟାଚକୁ ଟିମ୍ ଇଣ୍ଡିଆ ନିଜ ସମ୍ମାନ ଫେରିପାଇବା ପାଇଁ ଖେଳିବ। ସିରିଜରେ ଟିମ୍ ଇଣ୍ଡିଆ ଏବେ ୦-୧ରେ ପଛୁଆ ଥିଲାବେଳେ ଏହି ମ୍ୟାଚ୍ ଜିତି ବରାବରରେ ସିରିଜ୍ ଶେଷ କରିବାକୁ ଲକ୍ଷ୍ୟ ରଖିଛି।
#TeamIndia covered all bases at the training session at the Hagley Oval ahead of the 2nd and final Test against New Zealand.#NZvIND pic.twitter.com/AxIRVayQKL
— BCCI (@BCCI) February 27, 2020
ଏଥର ଚୂଡ଼ାନ୍ତ ଏକାଦଶରେ ଟିମ୍ ଇଣ୍ଡିଆ ଅନେକ ପରିବର୍ତ୍ତନ କରିବ ବୋଲି ଆଶା କରାଯାଉଛି। ବିଶେଷକରି ବ୍ୟାଟିଂରେ କେତୋଟି ପରିବର୍ତ୍ତନ ସହ ଦଳ ପଡ଼ିଆକୁ ଓହ୍ଲାଇବ ବୋଲି ଲକ୍ଷ୍ୟ ରଖିଛି। ଅନ୍ୟପଟେ ନ୍ୟୁଜିଲାଣ୍ଡ ଦଳ ପ୍ରଥମ ମ୍ୟାଚକୁ ଜିତିବା ପରେ ଉଚ୍ଚ ମନୋବଳ ସହିତ ପଡ଼ିଆକୁ ଓହ୍ଲାଇବ। ଦଳ ବର୍ତ୍ତମାନ ସୁଦ୍ଧା ଉଭୟ ବ୍ୟାଟିଂ ଓ ବୋଲିଂରେ ଚତ୍ମକାର ପ୍ରଦର୍ଶନ କରିଥିବାବେଳେ ଏଥର ପୁଣିଥରେ ଭାରତୀୟ ଦଳ ଚକମା ଦେବା ଲକ୍ଷ୍ୟରେ ରହିଛି।
Comments are closed.