ଜରିମାନା ସହ ୨ଟି ବସ୍ ସିଜ୍
ଭୁବନେଶ୍ବର: ଭୁବନେଶ୍ୱରରେ ଆଜି ଘରୋଇ ଶିକ୍ଷାନୁଷ୍ଠାନର ଦୁଇଟି ବସ୍ ସିଜ୍ କଲା ପରିବହନ ବିଭାଗ। ଉଭୟ ଗାଡିକୁ ୨୫ ହଜାର ୫ଶହ ଲେଖାଏଁ ଜରିମାନା କରାଯାଇଛି। ବୈଧ ରେଜିଷ୍ଟ୍ରେସନ ଓ ଫିଟିନେସ ସାର୍ଟିଫିକେଟ ନଥିବାରୁ ଗାଡିକୁ ଫାଇନ କରାଯାଇଛି। ଗାଡ଼ି ଦୁଇଟିର ରେଜିଷ୍ଟ୍ରେସନ ଓ ଫିଟିନେସ ସାର୍ଟିଫିକେଟ ନଥିବାରୁ ୫ହଜାର , ପ୍ରଦୂଷଣ ପାଇଁ ୧୦ ହଜାର ଓ ପରମିଟ ନଥିବାରୁ ୧୦ ହଜାର ଚାଲାଣ କଟାଯାଇଛି।
ସେପଟେ, ଗତକାଲିଠୁ ଟ୍ରାଫିକ୍ ଆଇନକୁ କଡାକଡି କରାଯାଇଥିଲେ ମଧ୍ୟ ଆଜିଠୁ ଆରମ୍ଭ ହୋଇଛି ଅସଲ ଯାଞ୍ଚ। ଆଜି ସୋମବାର ଥିବାରୁ ସମସ୍ତ ସରକାରୀ କାର୍ଯ୍ୟାଳୟ ସହ ବିଭିନ୍ନ ସଂସ୍ଥାର କାର୍ଯ୍ୟାଳୟ ଖୋଲା ରହିଛି। ଫଳରେ ରାସ୍ତାରେ ଗାଡି ଚଳାଚଳ ବଢ଼ିଛି। ତେଣୁ ଆଜିଠାରୁ ରାଜଧାନୀ ଭୁବନେଶ୍ୱରର ସମେତ ରାଜ୍ୟର ଅନ୍ୟାନ୍ୟ ସହରରେ ଟ୍ରାଫିକ୍ ଚେକିଂକୁ କଡାକଡି କରାଯାଇଛି। ଜାତୀୟ ରାଜପଥ ଓ ଅନ୍ୟ ରାଜପଥ ସହ ସହରର ଗଳିକନ୍ଦିରେ ଆଜି ସକାଳୁ ସକାଳୁ ଆରମ୍ଭ ହୋଇ ଯାଇଛି ଚେକିଂ। ପ୍ରଥମ ଦିନରେ ରଙ୍ଗରୁଟରେ ଗାଡି ଚଳାଇବା ଓ ହେଲମେଟ ପିନ୍ଧିବା ଉପରେ ଫୋକସ କରିଥିବା ଟ୍ରାଫିକ ପୋଲିସ ଆଜି ଦ୍ୱିତୀୟ ଦିନରେ ଟ୍ରିପିଲ ରାଇଡିଂ ଓ ମୋବାଇଲରେ ଗପିବା ଉପରେ ଫୋକସ କରିପାରେ ବୋଲି ଜଣାପଡିଛି।
Comments are closed.