Odisha Link
Bridging the Missing Links in Odisha

ନିର୍ମାଣ ଶ୍ରମିକ ସେବା ସପ୍ତାହ

ଭୁବନେଶ୍ବର : ରାଜ୍ୟ ସରକାରଙ୍କ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ଅଧିନରେ ପରିଶ୍ଚଳିତ ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ଼ ଦ୍ଵାରା ସାରା ରାଜ୍ୟରେ ତା.୦୨.୦୩.୨୦୨୦ ଠାରୁ ତା.୦୮.୦୩.୨୦୨୦ ରିଖ ପର୍ଯ୍ୟନ୍ତ ନିର୍ମାଣ ଶ୍ରମିକ ସେବା ସପ୍ତାହ-୨୦୨୦’ ପାଳନ କରାଯାଉଛି ।

ଏହାର ରାଜ୍ୟସ୍ତରୀୟ ଉଦ୍‌ଘାଟନ ସମାରୋହକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତା.୦ ୨.୦୩.୨୦୨୦ ରିଖ ଦିବା ଘ.୧୧.୩୦ ମିନିଟ୍ ସମୟରେ ସ୍ଥାନୀୟ ସାଧନତା ସଂଗ୍ରାମୀ ପଡ଼ିଆରେ ମୁଖ୍ୟ ଅତିଥିଭାବେ ଶୁଭ ଉଦଘାଟନ କରିଥିଲେ ।

ଏହି ଅବସରରେ ଉପସ୍ଥିତ ନିର୍ମାଣ ଶ୍ରମିକମାନଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଶ୍ରମିକମାନଙ୍କର ତ୍ୟାଗ ଓ ଅକ୍ଲାନ୍ତ ପରିଶ୍ରମ ଯୋଗୁଁ ଓଡ଼ିଶା ଆଜି ନିର୍ମାଣ ଓ ବିକାଶ କ୍ଷେତ୍ରରେ ଦ୍ରୁତ ଗତିରେ ଆଗେଇ ଋଲିଛି । ଶ୍ରମିକମାନଙ୍କର ସର୍ବାଙ୍ଗୀନ ବିକାଶ ଏବଂ ବହୁବିଧ କଲ୍ୟାଣ ନିମନ୍ତେ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ ।

ଶ୍ରମିକମାନଙ୍କର ସାମାଜିକ ସୁରକ୍ଷା ଏବଂ ସେମାନଙ୍କର କଲ୍ୟାଣ ନିମନ୍ତେ ସରକାର ବହୁବିଧ କଲ୍ୟାଣକରୀ ଯୋଜନା କାର୍ଯ୍ୟକାରୀ କରୁଛନ୍ତି; ସେ ଅଣସଂଗଠିତ ଶ୍ରମିକ ହେଉ, ପ୍ରବାସୀ ଶ୍ରମିକ ହେଉ କିମ୍ବା ନିର୍ମାଣ ଶ୍ରମିକ ହେଉ ।

ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡରେ ୨୯ ଲକ୍ଷରୁ ଉର୍ଦ୍ଧ ନିର୍ମାଣ ଶ୍ରମିକ ପଞ୍ଜିକୃତ କରାଯାଇ ୧୫୧୮କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି । ଏହାଛଡ଼ା, ଓଡ଼ିଶା ସରକାରଙ୍କ ନିଷ୍ଠାପର ଉଦ୍ୟମ ଫଳରେ ୨୨ ହଜାର ନିର୍ମାଣ ଶ୍ରମିକଙ୍କୁ ପକ୍କାଘର ଯୋଗାଇ ଦିଆଯାଇଛି ।

ନିର୍ମାଣ ଶ୍ରମିକ ମାନଙ୍କର କଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ କରିବାରେ ଆମ ରାଜ୍ୟ ଭାରତବର୍ଷରେ ଆଜି ଏକ ଅଗ୍ରଣୀ ରାଜ୍ୟ । ନିର୍ମାଣ ଶ୍ରମିକ ଯୋଜନାର ସଫଳ ରୂପାୟନ ପାଇଁ ପାଂଚ ଗୋଟି ସେବା ଯଥା- ଶିକ୍ଷା ସହାୟତା, ବିବାହ ସହାୟତା, ପ୍ରସୂତୀ କାଳୀନ ସହାୟତା, ମୃତ୍ୟୁ କାଳୀନ ସହାୟତା ଓ ଅନ୍ତ୍ୟୋଷ୍ଟିକ୍ରିୟା ସହାୟତାକୁ ମୋ ସରକାର କାର୍ଯ୍ୟକ୍ରମରେ ସାମିଲ କରାଯାଇଛି ।

ଏହାଦ୍ଵାରା ଜନସାଧାରଣ ଓ ସରକାରଙ୍କ ମଧ୍ୟରେ ସମ୍ପର୍କକୁ ଅଧିକ ମଜବୁତ୍ କରିବାସହ ଜନସାଧାରଣଙ୍କ ପ୍ରତି ପ୍ରଶାସନର ଆସ୍ଥା ଓ ପ୍ରତିଶ୍ରତିବଦ୍ଧତା ବୃଦ୍ଧିପାଇଛି । ନୂତନ ଜ୍ଞାନ କୌଶଳର ଉପଯୋଗ କରି ଶ୍ରମିକମାନଙ୍କ ପାଖରେ ସେବା ଯୋଗାଇଦେଇ ହିତାଧିକାରୀମାନଙ୍କୁ ଉପକୃତ କରିବା ରାଜ୍ୟ ସରକାରଙ୍କର ପ୍ରାଥମିକତା ।

ଏହି ସମାରୋହରେ ମାନ୍ୟବର ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ତଥା ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ, ସୁଶାନ୍ତ ସିଂ ସମ୍ମାନିତ ଅତିଥି ଭାବେ ଯୋଗଦାନ କରି କହିଥିଲେ ଯେ, ଶ୍ରମିକମାନଙ୍କ ପାଇଁ କାର୍ଯ୍ୟକାରୀ ହେଉଥିବା ଯୋଜନାଗୁଡ଼ିକର ସୁଫଳ କିପରି ସେମାନଙ୍କ ପାଖରେ ଠିକ୍ ସମୟରେ ପହଂଚି ପାରିବ ସେଥିପାଇଁ ସରକାର ବ୍ୟାପକ ପଦକ୍ଷେପ ଗ୍ରହଣ କରିଛନ୍ତି ।

ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ଼କୁ ଅଧିକ କ୍ରିୟାଶୀଳ ଓ ଲୋକାଭିମୁଖୀ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାରଙ୍କ 5T କାର୍ଯ୍ୟକ୍ରମ ଜରିଆରେ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି । ପ୍ରଶାସନିକ ସଚ୍ଚତା ନିମନ୍ତେ କାର୍ଯ୍ୟକ୍ଷେତ୍ରରେ ପଞ୍ଜିକରଣକୁ ସର୍ବାଧିକ ଗୁରୁତ୍ୱ ପ୍ରଦାନ କରାଯାଉଛି ।

ଆଜିର ଏହି ଉଦ୍‌ଘାଟନ ସମାରୋହରେ ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ଼ର ମାନ୍ୟବର ଅଧ୍ୟକ୍ଷ ସୁବାସ ସିଂହ ପୌରହିତ୍ୟ କରିଥିଲେ । ତାଙ୍କର ସଭାପତିତ୍ବ ଭାଷଣରେ ସିଂହ କହିଲେ ଯେ, ଓଡ଼ିଶା ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ଼ ଆଜି ସଫଳତାର ଶୀର୍ଷରେ ପହଂଚିଛି ।

୨୯ ଲକ୍ଷରୁ ଉର୍ଦ୍ଧ ନିର୍ମାଣ ଶ୍ରମିକଙ୍କୁ ପଞ୍ଜିକୃତ କରାଯାଇ ପ୍ରାୟତଃ ଏକ କୋଟି ଲୋକଙ୍କୁ ସାମାଜିକ ସୁରକ୍ଷା ବଳୟ ଭିତରକୁ ଅଣାଯାଇପାରିଛି । ଜାତିସଂଘର ପ୍ରମୁଖ ଅନୁଷ୍ଠାନ ଆନ୍ତର୍ଜାତିକ ଶ୍ରମ ସଂଗଠନ (ILO)ର ସହଯୋଗ ତଥା ସହଭାଗିତାରେ ବିଭିନ୍ନ କଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ କରାଯାଉଛି ।

ବାହାର ରାଜ୍ୟରେ କାମ କରୁଥିବା ପ୍ରବାସୀ ଶ୍ରମିକମାନଙ୍କ ପାଇଁ ଇତି ମଧ୍ୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ୫୦୦ କୋଟି ଟଙ୍କାର ଏକ ରାଜ୍ୟସ୍ତରୀୟ କର୍ପସ୍ ପାଣ୍ଠି ଗଠନକରି ସତନ୍ତ୍ର ପ୍ୟାକେଜ୍ ମାଧ୍ୟମରେ ୪ ଗୋଟି ପ୍ରମୁଖ ପ୍ରବାସୀ ଶ୍ରମିକ ପ୍ରବଣ ଜିଲ୍ଲାର ୨୦ ଟି ବ୍ଳକ୍‌ରେ ମହାତ୍ମାଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ଅତିରିକ୍ତ ୧୦୦ ଦିନର କାର୍ଯ୍ୟ ସହିତ ଦୈନିକ ମଜୁରୀ ହାରକୁ ୧୮୮ ଟଙ୍କାରୁ ଟ.୨୮୬.୩୦ ପ. କୁ ବୃଦ୍ଧି କରିଛନ୍ତି ।

ଏହାଛଡ଼ା ଉକ୍ତ ବ୍ଲକର ସମସ୍ତ ଫଚାୟତରେ ଥିବା ପ୍ରତ୍ୟେକ ପରିବାରକୁ ସ୍ଵୟଂ ସହାୟକ ଗୋଷ୍ଠିରେ ସାମିଲ୍ କରିବା ସହ ଯୋଗ୍ୟ ପ୍ରବାସୀ ନିର୍ମାଣ ଶ୍ରମିକଙ୍କୁ କଲ୍ୟାଣ ବୋର୍ଡ଼ରେ ପଞ୍ଜିକରଣ କରାଯାଇ ସେମାନଙ୍କୁ ବୋର୍ଡ଼ ମାଧମରେ ଅଗ୍ରାଧିକାର ଭିତିରେ ବିଭିନ୍ନ ସହାୟତା ପ୍ରଦାନର ବ୍ୟବସ୍ଥା କରାଯାଉଛି ବୋଲି ସିଂହ ପ୍ରକାଶ କରିଥିଲେ ।

ଏହି ସମାରୋହରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ମୋନା ଶର୍ମା ଅତିଥିମାନଙ୍କର ପରିଚୟ ପ୍ରଦାନ ସହ ସାଗତ ଭାଷଣ ପ୍ରଦାନ କରିଥିଲେ । ଏଥିରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ପ୍ରାୟ ଛଅ ହଜାରରୁ ଉର୍ଦ୍ଧା ନିର୍ମାଣ ଶ୍ରମିକଙ୍କ ସହ ଶ୍ରମିକ ସଙ୍ଗଠନର ବହୁ ପ୍ରମୁଖ ନେତା ଓ ଉଚ୍ଚ ସରକାରୀ ପଦାଧିକାରୀ  ଯୋଗଦେଇଥିଲେ ।

ବିଭିନ୍ନ ଶ୍ରମିକଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ଼ ତରଫରୁ ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ସର୍ବଶେଷରେ ଶ୍ରମ ଆୟୁକ୍ତ-ତଥା-କଲ୍ୟାଣ ବୋର୍ଡର ସଦସ୍ୟ ସଚିବ ଡ. ଏନ୍.ଥରୁମାଲା ନାଏକ ଧନ୍ୟବାଦ ଅର୍ପଣ କରିଥିଲେ ।

Comments are closed.