ଆତ୍ମସମର୍ପଣ କଲା ନୟାଗଡ଼ ଅସ୍ତ୍ରାଗାର ଲୁଟର ମାଷ୍ଟରମାଇଣ୍ଡ
ଛତିଶଗଡ଼: ଛତିଶଗଡ଼ ପୁଲିସ ନିକଟରେ ଆତ୍ମସମର୍ପଣ କଲେ ନୟାଗଡ଼ ଅସ୍ତ୍ରାଗାର ଲୁଟର ମାଷ୍ଟରମାଇଣ୍ଡ ସୋନୁ ଓରଫ ଡାକ୍ତର ପ୍ରଶାନ୍ତ। ୨୦୦୯ ନୟାଗଡ ଅସ୍ତ୍ରାଗାର ଲୁଟ ଘଟଣାରେ ସୋନୁ ସକ୍ରିୟ ଥିଲେ। ଉଭୟ ଛତିଶଗଡ଼ ଓ ଓଡ଼ିଶାରେ ତାଙ୍କ ନାଁରେ ଲକ୍ଷାଧିକ ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା। ସୋନୁ ପ୍ରାୟ ୧୨ଟି ହତ୍ୟାକାଣ୍ଡରେ ସଂପୃକ୍ତି ଥିବାନେଇ ପୁଲିସ ନିକଟରେ ସୂଚନା ଦେଇଛନ୍ତି।
ମାଓ ସଂଗଠନରେ ସେ ଡାକ୍ତର ଭାବେ ଅସୁସ୍ଥ କିମ୍ବା ଅହତ ମାଓବାଦୀଙ୍କୁ ଚିକିତ୍ସା କରୁଥିବାର ଜଣାପଡିଛି। ମାଓବାଦୀଙ୍କୁ ଗରିଲା ଯୁଦ୍ଧର ତାଲିମ ମଧ୍ୟ ଦେଉଥିଲେ ସୋନୁ। ଏବେ ମାଓ ସଂଗଠନରୁ ମୁହଁ ଫେରାଇ ଗତକାଲି ଛତିଶଗଡ ବିଜାପୁର ପୁଲିସ ନିକଟରେ ଆତ୍ମସମର୍ପଣ କରିଥିବା ଜଣାପଡିଛି। ନୟାଗଡ ଅସ୍ତ୍ରାଗାର ଲୁଟ ସମୟରେ ଓଡିଶ।। କେକେବିଏନ ମାଓ ସଂଗଠନରେ ଡିଭିଜିନାଲ କମିଟିରେ ମୁଖ୍ୟ ଦାୟିତ୍ୱ ତୁଲାଇଥିଲେ ସୋନୁ।
Comments are closed.