କଶ୍ମୀରରୁ ଉଠିଲା ସୋସିଆଲ ମିଡିଆ ବ୍ୟାନ୍

ଶ୍ରୀନଗର: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ଦିନଠାରୁ ସୋସିଆଲ ମିଡିଆ ଉପରେ ଲାଗିଥିବା ରହିତାଦେଶକୁ ଆଜି ପ୍ରଶାସନ ଉଠାଇ ଦେଇଛି। ଅଗଷ୍ଟ ୫ରୁ ସୋସିଆଲ ମିଡିଆ ବ୍ୟବହାରରୁ ବଞ୍ଚିତ ଲୋକମାନେ ଏଣିକି ସୋସିଆଲ ମିଡିଆ ବ୍ୟବହାର କରିପାରିବେ। କିନ୍ତୁ ୩ଜି କିମ୍ବା ୪ଜି ଇଣ୍ଟରନେଟ ସେବା ନୁହେଁ କଶ୍ମୀରବାସୀ କେବଳ ୨ଜି ଇଣ୍ଟରନେଟ ସେବା ବ୍ୟବହାର କରିପାରିବେ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ଧାରା ୩୭୦ ଉଚ୍ଛେଦ ପରେ କଶ୍ମୀରରେ ହିଂସା ସୃଷ୍ଟି ହେବାର ଆଶଙ୍କା ଥିଲା। ଏଥିପାଇଁ ସୋସିଆଲ ମିଡିଆ ଉପରେ ବ୍ୟାନ ଲାଗିଥିଲା।
ଜମ୍ମୁ-କଶ୍ମୀର ପ୍ରଶାସନ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ, ଲୋକମାନେ ଏବେ ବିନା କୌଣସି ପ୍ରତିବନ୍ଧକର ସମ୍ମୁଖୀନ ହୋଇ ୨ଜି ଇଣ୍ଟରନେଟ ବ୍ୟବହାର କରିପାରିବେ। ପୂର୍ବରୁ ସରକାର ଜମ୍ମୁ-କଶ୍ମୀରରେ କେଉଁ ସବୁ ୱେବସାଇଟ୍କୁ ଲୋକମାନେ ବ୍ୟବହାର କରିପାରିବେ, ତା’ର ସୂଚନା ଦେଇଥିଲେ। ଏହା ବ୍ୟତୀତ ଲୋକମାନେ ଲ୍ୟାଣ୍ଡଲାଇନ ଜରିଆରେ ଇଣ୍ଟରନେଟ ସେବା ପାଇପାରିବେ। ହେଲେ କର୍ତ୍ତୃପକ୍ଷ ଏହାର ଯାଞ୍ଚ କରିବା ପରେ ଯାଇ ହିଁ ଲୋକଙ୍କୁ ଇଣ୍ଟରନେଟ ସୁବିଧା ଯୋଗାଇ ଦିଆଯିବ।ତେବେ ମାର୍ଚ୍ଚ ୧୭ ଯାଏ ଏହି ସେବା ଲୋକମାନେ ପାଇପାରିବେ। ପରୀକ୍ଷାମୂଳକ ଭାବେ ଏହାକୁ ଚାଲୁ କରାଯାଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି।
Comments are closed.