୧୧ ତାରିଖରେ କେନ୍ଦୁପତ୍ର ଶ୍ରମିକଙ୍କ ଆନ୍ଦୋଳନ
ଭୁବନେଶ୍ବର: ବହୁବିଧ ଦାବି ନେଇ ଆସନ୍ତା ୧୧ ତାରିଖରେ ରାଜରାସ୍ତାକୁ ଓହ୍ଲାଇବେ କେନ୍ଦୁପତ୍ର ଶ୍ରମିକ। ରାଜ୍ୟର ୨୧ଟି ଜିଲ୍ଲାରେ ସମସ୍ତ ଜାତୀୟ ଓ ରାଜ୍ୟ ରାଜପଥକୁ କେନ୍ଦୁପତ୍ର ତୋଳାଳି ଓ ସିଜିନାଲ୍ କର୍ମଚାରୀ ଅବରୋଧ କରିବେ ବୋଲି ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ପକ୍ଷରୁ ସୂଚନା ଦିଆଯାଇଛି।
ଓଡ଼ିଶା ୟୁନିୟନ୍ ଅଫ ଜର୍ଣ୍ଣାଲିଷ୍ଟ ପରିସରରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସଂଘର ସଭାପତି ବିଜୟ କୁମାର ମହାନ୍ତି କହିଲେ, କେନ୍ଦୁପତ୍ର ସିଜିନାଲ କର୍ମଚାରୀ ଓ ୱାଚର୍ମାନଙ୍କ ଦରମା ବୃଦ୍ଧି, ତ୍ରୁଟିପୂର୍ଣ୍ଣ ବିକ୍ରି ନୀତି, ତୋଳାଳି, ବନ୍ଧେଇ ଶ୍ରମିକ ଓ ସିଜିନାଲ କର୍ମଚାରୀଙ୍କ ସାମାଜିକ ସୁରକ୍ଷା, ଜିଏସ୍ଟି ପ୍ରତ୍ୟାହାର, ଫଡି, ସେକସନ୍ ଓ ରେଞ୍ଜ ଉଚ୍ଛେଦ ଭଳି ଦାବି ନେଇ କେନ୍ଦୁପତ୍ର ଶ୍ରମିକ ରାଜରାସ୍ତାକୁ ଓହ୍ଲାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ର ସରକାର କେନ୍ଦୁପତ୍ର ଉପରେ ଜିଏସ୍ଟି ବସାଇବା ଶ୍ରମିକମାନଙ୍କ ପାଇଁ ଦୁର୍ଦ୍ଦିନ ଆଣିଦେଇଛି। କେନ୍ଦୁପତ୍ର ଉପରେ ୧୮ ପ୍ରତିଶତ, ବିଡି ଉପରେ ୨୮ ପ୍ରତିଶତ, ପରିବହନ କ୍ଷେତ୍ରରେ ୫ପ୍ରତିଶତକୁ ମିଶାଇ ସମୁଦାୟ ୫୧ ପ୍ରତିଶତ ଜିଏସ୍ଟି ବସାସାଇଛି। ଫଳରେ କେନ୍ଦୁପତ୍ର ବ୍ୟବସାୟର ସୁଫଳ ଶ୍ରମିକ ଓ କର୍ମଚାରୀଙ୍କ ପାଖକୁ ଯାଇପାରୁ ନାହିଁ। ମୁଖ୍ୟମନ୍ତ୍ରୀ ଏଥିରେ ଜିଏସ୍ଟି ହ୍ରାସ ପାଇ ବିଳମ୍ବରେ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ ହେଁ କେନ୍ଦ୍ରର ନିରବତା ସଂସ୍ଥାରେ ଆହୁରି ଜଟିଳ ପରିସ୍ଥିତି ସୃଷ୍ଟି କରିଛି।
Comments are closed.