Odisha Link
Bridging the Missing Links in Odisha

ୟେସ୍‌ ବ୍ୟାଙ୍କ ପାଇଁ ସଙ୍କଟମୋଚନ ସାଜିଲା ଏସବିଆଇ, ନିବେଶ କରିବ ୨୪୫୦ କୋଟି !

ନୂଆଦିଲ୍ଲୀ: ୟେସ୍‌ ବ୍ୟାଙ୍କ ଉପଭୋକ୍ତାଙ୍କ ପାଇଁ ଖୁସି ଖବର। କାରଣ ୟେସ୍‌ ବ୍ୟାଙ୍କ ପାଇଁ ସଙ୍କଟମୋଚନ ସାଜିବାକୁ ଜାଉଛି ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ୍। ଏସବିଆଇ କରିବ ୨୪୫୦ କୋଟି ନିବେଶ। ୟେସ୍ ବ୍ୟାଙ୍କର ଆର୍ଥିକ ପରିସ୍ଥିତିକୁ ସୁଧାରିବା ପାଇଁ ଚେଷ୍ଟା କରାଯାଉଛି। ଜମାକାରୀଙ୍କ ଟଙ୍କା ସୁରକ୍ଷିତ ରହିଛି। କୌଣସି ଚିନ୍ତା କରିବାର ଆବଶ୍ୟକତା ନାହିଁ ବୋଲି ଶନିବାର ଗଣମାଧ୍ୟମକୁ କହିଛନ୍ତି ଏସବିଆଇର ଚେୟାରମ୍ୟାନ୍ ରଜନୀଶ କୁମାର।

ଏହାସହ ୟେସ ବ୍ୟାଙ୍କକୁ ଆର୍ଥିକ ସଙ୍କଟରୁ ସୁଧାରିବା ଲାଗି ଏସବିଆଇ କାମ କରୁଥିବା ଦର୍ଶାଇ ୪୯ ପ୍ରତିଶତ ଅଂଶଧନ ଏସବିଆଇ କିଣିବ ବୋଲି ସେ ଉଲ୍ଲେଖ କରିଛନ୍ତି ।ସୂଚନାଥାଉକି, ୟେସ୍ ବ୍ୟାଙ୍କର ଆର୍ଥିକ ପରିସ୍ଥିତିକୁ ଲକ୍ଷ୍ୟ କରି ଆରବିଆଇ, ବ୍ୟାଙ୍କର ବୋର୍ଡକୁ ଅବୈଧ ଘୋଷଣା କରିବା ସହ ନିଜ ନିୟନ୍ତ୍ରଣକୁ ନେଇଛି। ଏହାସହ ୟେସ୍ ବ୍ୟାଙ୍କରୁ ମାସକୁ ୫୦୦୦୦ ଟଙ୍କା ପର୍ଯ୍ୟନ୍ତ ଉଠାଣ କରିହେବ ବୋଲି କହିଛି ଆରବିଆଇ। ତେବେ ଏହା ଏପ୍ରିଲ ୩ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି କୁହାଯାଇଛି ।ସେପଟେ ଗତକାଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଭାରତୀୟ ରିଜର୍ଭ ବ୍ୟାଙ୍କ ସହାୟତାରେ ୟେସ୍ ବ୍ୟାଙ୍କକୁ ପୁର୍ନଗଠନ କରାଯିବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ

Comments are closed.